ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ଅମୀର ଖାଁଙ୍କ ଅପକମିଂ ଫିଲ୍ମ ‘ଲାଲ ସିଂହ ଚଡ୍ଢା’ ଏବେ ଚର୍ଚ୍ଚାରେ । ଫିଲ୍ମଟି ତାର ରିଲିଜ୍ କୁ ନେଇ ନୁହେଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ବହିଷ୍କାରକୁ ନେଇ ଚର୍ଚ୍ଚାକୁ ଆସିଛି । ଗତ କିଛି ଦିନ ହେବ ଟ୍ୱିଟରରେ ବୟକଟ୍ ଲାଲ ସିଂହ ଚଡ୍ଢା ଲଗାତର ଭାବେ ଟ୍ରେଣ୍ଡ କରୁଛି । ଏହାରି ମଧ୍ୟରେ ଫିଲ୍ମର ମୁଖ୍ୟ ଅଭିନେତା ଅମୀର ଖାଁ ଏନେଇ ଏବେ ମୁହଁ ଖୋଲିଛନ୍ତି ।
ଅମୀର କହିଛନ୍ତି କି, କିଛି ଲୋକଙ୍କୁ ଲାଗୁଛି କି ମୁଁ ଭାରତକୁ ପସନ୍ଦ କରୁନି । ମୋତେ ବହୁତ ଦୁଃଖ ଲାଗୁଛି କି ଲୋକେ ମୋ ଫିଲ୍ମକୁ ଏଭଳି ଭାବେ ବହିଷ୍କାର କରୁଛନ୍ତି । କିନ୍ତୁ ମୁଁ ତାଙ୍କୁ ଏତିକି କହିବାକୁ ଚାହିଁବି କି ସେମାନେ ଯାହା ଭାବୁଛନ୍ତି ତାହା ଭୁଲ । ମୁଁ ସେମାନଙ୍କୁ ଅନୁରୋଧ କରୁଛି ମୋ ଫିଲ୍ମ କୁ ବୟକଟ୍ କରନ୍ତୁ ନାହିଁ ଏବଂ ଦୟାକରି ଫିଲ୍ମକୁ ଦେଖିବାକୁ ଯାଆନ୍ତୁ ।
ବାସ୍ତବରେ ଫିଲ୍ମ ଲାଲ ସିଂହ ଚଡ୍ଢା ଦେଖିବା ପାଇଁ ଲୋକେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ । କିନ୍ତୁ ଏହି ଫିଲ୍ମର ଟ୍ରେଲର ଯେତେବେଳେ ରିଲିଜ୍ ହେଲା ସେତେବେଳେ ଜାଣିବାକୁ ମିଳିଲା କି ଏହା ହଲିଉଡ ଫିଲ୍ମ ଫରେଷ୍ଟ ଗଂପ ର ହିନ୍ଦୀ ରିମେକ । ଏହାପରେ କିଛି ଲୋକ ଟ୍ୱିଟରରେ କୌଣସି ଫିଲ୍ମର କପି ଏବଂ ଅମୀରଙ୍କ କିଛି ବିବାଦୀୟ ବୟାନକୁ ନେଇ ଲାଲ ସିଂହ ଚଡ୍ଢା କୁ ବୟକଟ କରିବାର ସ୍ୱର ଉଠାଇଛନ୍ତି ।