ଯାଜପୁର (ଏଟିଆର ବ୍ୟୁରୋ): ଚାଲିଛି ଶାରଦୀୟ ନବରାତ୍ରୀ । ଏନେଇ ସମସ୍ତ ଶକ୍ତିପୀଠ ଚଳଚଞ୍ଚଳ ହୋଇପଡିଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ମଧ୍ୟ ନବରାତ୍ରୀ ପୂଜା ଚାଲିଛି । ଆଜି ନବରାତ୍ରୀର ତୃତୀୟ ଦିନ । ସକାଳ ସକାଳୁ ସେବାୟତମାନେ ବୈତରଣୀ ନଦୀର,ୁ ଜଳ ଆଣି ମାଙ୍କୁ ସ୍ନାନ କରାଇଥିଲେ । ଏହାପରେ ମାଙ୍କ ରୀତିନୀତି ଆରମ୍ଭ ହୋଇଯାଇଥିଲା ।
ନବରାତ୍ରୀ ଅବସରରେ ମା ବିରଜାଙ୍କୁ ଦର୍ଶନ କରିବା ଲାଗି ପୀଠରେ ବହୁଳ ମାତ୍ରାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ପରମ୍ପରା ମୁତାବକ ନବରାତ୍ରୀରେ ମା’ ରଥରେ ବିରାଜମାନ କରି ପରିକ୍ରମା କରନ୍ତି । ଗତ ଦୁଇ ଦିନ ଭଳି ଆଜି ମଧ୍ୟ ସନ୍ଧ୍ୟାରେ ମା ବିରଜାଙ୍କ ରଥ ଗଡିବ ।