କଟକ (ଏଟିଆର ବ୍ୟୁରୋ): ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ପାଇଁ ଆଉ ଗୋଟେ ଦିନ ବୃଦ୍ଧି କରାଯାଇଛି । ୧୬ ତାରିଖରେ ଶେଷ ହୋଇଥାନ୍ତି ବାଲିଯାତ୍ରା କିନ୍ତୁ ଏହା ୧୭ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଅବଧି ବୃଦ୍ଧି ହୋଇଛି । ଏନେଇ ସିଏମସି ମେୟର ସୁବାସ ସିଂହ ସୂଚନା ଦେଇଛନ୍ତି ।
ବାଲିଯାତ୍ରା ବୁଲିବା ଲାଗି ଲୋକଙ୍କ ଉତ୍ସାହକୁ ଦେଖି ଅବଧିକୁ ଦୁଇ ଦିନ ବୃଦ୍ଧି କରିବା ଲାଗି ସିଏମସି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ସରକାର ଗୋଟେ ଦିନ ବଢାଇବା ପାଇଁ ଅନୁମୋଦନ ଦେଇଛନ୍ତି ।