ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରକୋପ । ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ ଆରମ୍ଭରୁ ଲୋକେ କଲବଲ ହେଉଛନ୍ତି । ଆସନ୍ତା ୪ ଦିନ ଯାଏଁ ତାପମାତ୍ର ଆହୁରୀ ବୃଦ୍ଧି ହେବ । ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ ବଢିପାରେ । ଭୁବନେଶ୍ୱରରେ ତାପମାତ୍ରା ୩୯ ଡିଗ୍ରୀ ଛୁଇଁପାରେ ।
ଆସନ୍ତା ୯ ତାରିଖ ଯାଏଁ ଅସହ୍ୟ ତାତିରୁ ମିଳିବନି ତ୍ରାହି । ଗତକାଲି ଭୁବନେଶ୍ୱରରେ ସର୍ବାଧକ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।