ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠୁ ବର୍ଷା ହେବାର ସମ୍ଭାବନା ରହିଛି । ଭିଜିବ ଓଡିଶା କମିବ ତାତି । ବର୍ଷା ଯୋଗୁଁ କିଛି ଜିଲ୍ଲାରେ ୪୦ ରୁ ୫୦ କିମି ବେଗରେ ପବନ ବୋହିବା ସହ ଦିନତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ ହ୍ରାସ ପାଇବ ।
ପଶ୍ଚିମା ଝଡ ପ୍ରଭାବରେ କାଳବୈଶାଖୀ ହେବାର ସମ୍ଭାବନା ମଧ୍ୟ ରହିଛି । ୧୬ ଏôଠ ୧୭ ତାରିଖରେ ଅଧିକାଂଶ ଜିଲ୍ଲାରେ ବର୍ଷା ସହ ଘଡଘଡି ବିଜୁଳି ମାରିବାର ସମ୍ଭାବନା ମଧ୍ୟ ରହିଛି ।