ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୬୦ ବର୍ଷରେ ଦ୍ୱିତୀୟ ବିବାହ କରି ଚର୍ଚ୍ଚାରେ ଫିଲ୍ମ ଦୁନିଆର ଜଣାଶୁଣା ନାଁ ଆଶିଷ ବିଦ୍ୟାର୍ଥି । ସେ କୋଲକାତାର ବିଜନେସୱିମେନ ରୁପାଲି ବରୁଆଙ୍କୁ ଦ୍ୱିତୀୟ ବିବାହ କରିବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆଶିଷଙ୍କ ଦ୍ୱିତୀୟ ବିବାହ ଖବର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବା ପରେ ଏବେ ଏନେଇ ସ୍ପଷ୍ଟିକରଣ ରଖିଛନ୍ତି ଖୋଦ୍ ଆଶିଷ ।
ଦ୍ୱିତୀୟ ବିବାହ ନେଇ ସେ କହିଛନ୍ତି କି, ରୂପାଲି ଆଉ ମୁଁ କଥାବର୍ତ୍ତା ହୋଇଥିଲୁ ଏବଂ ଆମେ ସ୍ୱାମୀ-ସ୍ତ୍ରୀ ଭାବେ ଆଗକୁ ବଢିପାରିବୁ ବୋଲି ଭାବିଥିଲୁ । ଏହି କାରଣରୁ ଆମେ ଦୁହେଁ ବିବାହ କରିଲୁ । ସେ ୫୦ ବର୍ଷର ଆଉ ମୁଁ ୫୬ ବର୍ଷର । କିନ୍ତୁ ୬୦ ନୁହେଁ । ଏଥିରେ ବୟସ ଗୁରୁତ୍ୱ ରଖେନି । ଆମ ବୟସ ଯାହା ହେଉ । ଆମେ ଖୁସୀ ଅଛୁ ।