ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଲିଜ୍ ଦିନରୁ ବିବାଦ ଘେରରେ ବହୁପ୍ରତିକ୍ଷିତ ଫିଲ୍ମ ‘ଆଦିପୁରୁଷ’ । ଡାଇଲଗ୍ସଠୁ ନେଇ କଷ୍ଟ୍ୟୁମ ଏବଂ ଚରିତ୍ର ଉପରେ ଅନେକ ପ୍ରଶ୍ନ ଉଠୁଛି । ଏହାପରେ ବି ଫିଲ୍ମର ଆୟରେ କୌଣସି ପ୍ରଭାବ ପଡୁନାହିଁ । ତୃତୀୟ ଦିନରେ କଲେକ୍ସନ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି ।
ଋିପୋର୍ଟ ମୁତାବକ, ଫିଲ୍ମଟି ପ୍ରଥମ ଦିନରେ ୮୬.୭୫ କୋଟି ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ଆୟରେ ହ୍ରାସ ଘଟି ୬୫.୨୫ କୋଟି ଆୟ କରିଥିଲା । ମାତ୍ର ତୃତୀୟ ଦିନରେ ପୁଣି ଥରେ ଆୟରେ ବୃଦ୍ଧି ଘଟି ୬୭ କୋଟି ଆୟ କରିଛି । ଯାହାଫଳରେ ଫିଲ୍ମଟି ବକ୍ସଅଫିସରେ ୨୦୦ କୋଟି ପାର କରିସାରିଲାଣି ।