ମୁମ୍ବାଇ (ଏଟିଆର ବ୍ୟୁରୋ): ନିୟମିତ କ୍ଷୀର ପିଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର । ଖୀରରେ କ୍ୟାଲସିୟମ, ପ୍ରୋଟିନ୍, ଫ୍ୟାଟ୍ ଓ କାର୍ବୋହାଇଡ୍ରେଟ୍ ଭଳି ପୋଷକ ତତ୍ୱ ଭରପୁର ପରିମାଣର ରହୁଛି । କିନ୍ତୁ ଆପଣ ଜାଣିଛନ୍ତି କି ଏପରି କିଛି ଜିନିଷ ରହିଛି ଯାହାକୁ ଖୀର ସହ ଖାଇବା ଶରୀର ପ୍ରତି ହାନିକାରକ ହୋଇପାରେ । ତେବେ ଆସନ୍ତୁ ଜାଣିବା..
– ଏକାସଙ୍ଗରେ ଖୀର ଓ ମାଛ ଖାଇବା ଉଚିତ୍ ନୁହେଁ । ଏହାଦ୍ୱାରା ପାଚନ ତନ୍ତ୍ରରେ ସମସ୍ୟା ଉପୁଜୁଥାଏ । ଯେପରିକି ଫୁଡ୍ ପଏଜନିଙ୍ଗ, ପେଟ ଯନ୍ତ୍ରଣା ।
– ସେହିପରି ଖୀର ସହ ଦହି ଖାଇବା ମଧ୍ୟ ଅନୁଚିତ୍ । ଏପରିକି ଖୀର ପିଇବାର କିଛି ସମୟ ପରେ ମଧ୍ୟ ଦହି ଖାଇବାକୁ ମନା କରାଯାଏ । କାରଣ ଏହାଦ୍ୱାରା ପେଟ ଜନିତ ସମସ୍ୟା ଦେଖାଯାଏ ।
– କ୍ଷୀର ସହ ଖଟାଫଳ ଖାଇବା ପାଇଁ ବାରଣ କରାଯାଏ । କ୍ଷୀର ଏବଂ ଖଟାଫଳ ଏକାଠି ଖାଇବା ଦ୍ୱାରା ବାନ୍ତି ତଥା ପେଟ ଯନ୍ତ୍ରଣା ସମସ୍ୟା ଉପୁଜିଥାଏ । ସେଥିପାଇଁ ଖଟାଫଳ ଖାଇବାର ୨ ଘଣ୍ଟା ପରେ କ୍ଷୀର ପିଇବା ଉଚିତ୍ ।