ଏଟିଆର ବ୍ୟୁରୋ: ପୃଥିବୀ ଓ ଚନ୍ଦ୍ରର ଫଟୋ ଉଠାଇ ପଠାଇଲା ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୧ । ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।
ସୂର୍ଯ୍ୟ ଓ ପୃଥିବୀର ମଧ୍ୟସ୍ଥ ଏଲ୧ ପଏଣ୍ଟରେ ଅବସ୍ଥାପିତ ହେବାକୁ ଥିବା ଆଦିତ୍ୟ ଏଲ୧ ଏବେ ସୁଦ୍ଧା ଦୁଇଟି କକ୍ଷପଥ ପରିବର୍ତ୍ତନ କରିସାରିଛି । ସେହିପରି ଆସନ୍ତା ୧୦ ତାରିଖରେ ତୃତୀୟ କକ୍ଷପଥ ପରିବର୍ତ୍ତନ ହେବାର ମଧ୍ୟ ସୂଚନା ରହିଛି । ପ୍ରାୟ ୪ ମାସର ଯାତ୍ରା ପରେ ଏଲ୧ ପଏଣ୍ଟରେ ଅବସ୍ଥାପିତ ହେବ ଆଦିତ୍ୟ ସ୍ପେସକ୍ରାଫ୍ଟ ।