ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କିଙ୍ଗ୍ ଖାଁ ଶାହରହୁଖଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ଜୱାନ’ ରିଲିଜ୍ ହୋଇଛି । ରାତି ଦୁଇଟାରେ କୋଲକାତା ଦିଲ୍ଲୀ ଏବଂ ମୁମ୍ବାଇ ସମେତ ହିନ୍ଦୀ ହାର୍ଟଲାଣ୍ଡରେ ଫିଲ୍ମଟି ରିଲିଜ୍ ହୋଇଛି । ଫାଷ୍ଟ ଡେ ଆଉ ଫାଷ୍ଟ ଶୋ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଏକ ପ୍ରକାରର କ୍ରେଜ୍ ଦେଖିବାକୁ ମିଳିଛି ।
ଫିଲ୍ମଟି ରେଡ୍ ଚିଲ୍ଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ବେଳେ ଏହାକ ନିର୍ଦ୍ଦେଶନା ଦେଇଛନ୍ତି ଏଟଲି କୁମାର । ଏହି ଫିଲ୍ମରେ ଶାହରୁଖ ଖାଁଙ୍କ ବ୍ୟତିତ ନୟନତାରା, ବିଜୟ ସେଥୁପତି, ସୁନୀଲ ଗ୍ରୋବର, ରିଧି ଡୋଗ୍ରା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।
ରିଲିଜ୍ ର ପ୍ରଥମ ଦିନରେ ହାଉସଫୁଲ । ଆଗାମୀ ଦିନରେ ଫିଲ୍ମଟି ଏକ ନୂତନ ରେକର୍ଡ ସୃଷ୍ଟ କରିବାର ସମ୍ଭାବନା ରହିଛି ।