ଭୁବନେଶ୍ୱର (ଏଟିଆର ବ୍ୟୁରୋ): କନ୍ଦାଉଛି ପିଆଜ । ଲଗାତର ଭାବେ ଦର ବୃଦ୍ଧି ହେଉଛି ପଛେ ଖସିବାର ନାଁ ଧରୁନି । ଯାହାଫଳରେ ଖାଉଟି କଲବଲ ହେଉଛନ୍ତି । ଗତ କିଛି ଦିନ ହେବ ରାଜ୍ୟରେ ପିଆଜ ଦର ଉଚ୍ଚ ରହିଛି । ବଜାରରେ ଯେଉଁ ପିଆଜ ୨୦ ଟଙ୍କାରେ ମିଳୁଥିଲା ତାହା ଏବେ ୮୦ ଟଙ୍କାରେ ପହଁଚିଲାଣି ।
ନାସିକରେ ପିଆଜ ଦର ବୃଦ୍ଧି ହେବା ଫଳରେ ଏହାର ପ୍ରଭାବ ଓଡିଶା ଉପରେ ପଡିଥିବାର ଦେଖିବାକୁ ମିଳିଛି ।