ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟିମ୍ ଇଣ୍ଡିଆକୁ ବଡ ଝଟକା । ବିଶ୍ୱକପରୁ ବାଦ୍ ପଡିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ବିଶ୍ୱକପ ବାକି ମ୍ୟାଚ୍ ରେ ଆଉ ଖେଳି ପାରିବେନି ପାଣ୍ଡ୍ୟା । ଆହତ ହେବା ଯୋଗୁଁ ସେ ବିଶ୍ପକପ ମ୍ୟାଚରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଛି ।
ଗତ ୧୯ ତାରିଖରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଫିଲ୍ଡିଂ ବେଳେ ଆହତ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କ ଗୋଇଠି ଲିଗାମେଣ୍ଟରେ ଗୁରୁତର ସମସ୍ୟା ହୋଇଛି । ପାଣ୍ଡ୍ୟା ଏବେ ବେଙ୍ଗାଳୁରୁ ସ୍ଥିତ ନ୍ୟାସନାଲ୍ କ୍ରିକେଟ ଏକାଡେମୀରେ ଚିକିତ୍ସାଧୀନ ଅଛନ୍ତି ।