ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡିସେମ୍ବର ପହିଲାରୁ ଗ୍ରାହକଙ୍କୁ ବଡ ଝଟକା । ଅଏଲ ମାର୍କେଟିଙ୍ଗ କମ୍ପାନୀ ପକ୍ଷରୁ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ବୃଦ୍ଧି କରାଯାଇଛି । ସିଲିଣ୍ଡର ପିଛା ୪୧ ଟଙ୍କା ବୃଦ୍ଧି କରାଯାଇଛି ।
ନୂତନ ଦର ଲାଗୁ ହେବା ପରେ ରାଜଧାନୀ ଦିଲ୍ଲୀରେ ୧୯ କିଗ୍ରା କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍ ୧୭୯୬.୫୦ ଟଙ୍କା ହୋଇଛି । ଯାହା ପୂର୍ବରୁ ୧୭୫୫.୫୦ ଟଙ୍କା ଥିଲା । ସେହିପରି କୋଲକାତା ରେ ଏଲପିଜି ସିଲିଣ୍ଡରର ଦାମ୍୧୯୦୮ ଟଙ୍କା , ମୁମ୍ବାଇରେ ଏହାର ଦାମ୍ ୧୭୪୯ ଟଙ୍କା ଏବଂ ଚେନ୍ନାଇରେ ୧୯୬୮.୫୦ ଟଙ୍କା ହୋଇଛି ।