ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ଧନୁ ସଂକ୍ରନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ ପହିଲି ଭୋଗ ନୀତିର ଶୁଭାରମ୍ଭ ହୋଇଛି । ଆଜିଠୁ ଏକମାସ ଧରି ଅର୍ଥାତ ମକର ସଂକ୍ରାନ୍ତି ପୂର୍ବଦିନ ଯାଏଁ ଶ୍ରୀମନ୍ଦିରରେ ଏହି ନୀତି ଚାଲିବ । ପହିଲି ଭୋଗ ସହ ମହାପ୍ରଭୁଙ୍କୁ ଗୋପାଳବଲଭ ଲାଗି ହେବ । ଶ୍ରୀବିଗ୍ରହଙ୍କୁ ଆଜି ଧନୁମୁଆଁ ଭୋଗ ଅର୍ପଣ କରାଯିବ ।
ପହିଲି ଭୋଗରେ ମହାପ୍ରଭୁଙ୍କଠାରେ ବଡଝିଲି, ଦରସୁଆ ବଡି, ଦରସୁଆ ଝିଲି, ବଡବଡା, କାକେରା, ସାନ ଅମାଲୁ, ନଳି, କାକେରୀ, ଏଣ୍ଡୁରୀ, ମୁଗେଇ, ଚଢେଇ ନଦା, ଲଡୁ, ଗଜା, ଖଇରଚୂଳ, ଗଇଁଠା,ମଣ୍ଡା ଆଦି ଭୋଗ ଲାଗି ହୋଇଥାଏ ।