ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଆଧାର କାର୍ଡରେ ଘରର ଠିକଣା ବଦଳେଇବା ସହଜ । UIDAI (ୟୁନିକ୍ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍ ଇଣ୍ଡିଆ) ଆଧାର କାର୍ଡର ଅପଡେଶନକୁ ନେଇ ଏକ ନୂତନ ବ୍ୟବସ୍ଥା କରାଯାଉଛି । ଏହି ନୂତନ ବ୍ୟବସ୍ଥା ଅନୁଯାୟୀ ଠିକଣା ପରିବର୍ତ୍ତନ କରିବା ପାଇଁ କ୍ରେଡିଟ ଏବଂ ଡେବିଟ୍ କାର୍ଡର ପାସୱାର୍ଡ ଭଳି ଆଧାର କାର୍ଡର ମଧ୍ୟ ପାସୱାର୍ଡ ଏହି ଠିକଣାରେ ଆପଣଙ୍କ ନିକଟକୁ ପଠାଯିବ ।
ସୂଚନାନୁଯାୟୀ , ଏହି ବ୍ୟବସ୍ଥାକୁ ଏଥିପାଇଁ କରାଯଉଛି କି ଭଡାରେ ରହୁଥିବା ଲୋକ କିମ୍ବା ରାଜ୍ୟ ବାହାରକୁ ରୋଜଗାର ପାଇଁ ଯାଉଥିବା କର୍ମି ଯେପରି ଆଧାରରେ ଘରର ଠିକଣା ଅପଡେସନ ନହେବାର ସମୁଖୀନ ନହୁଅନ୍ତୁ ।
UIDAI ଦ୍ୱାରା ଆଗାମୀ ବର୍ଷ ଆରମ୍ଭ ହେବାକୁ ଥିବା ନୂତନ ବ୍ୟବସ୍ଥାନୁଯାୟୀ ଆଧାର କାର୍ଡରେ ଠିକଣା ବଦଳେଇବା ପାଇଁ ଲୋକଙ୍କୁ ପ୍ରଥମେ ଠିକଣା ଯାଞ୍ଚ ପାଇଁ ଆଧାର ୱେବସାଇଡରେ ଆବେଦନ କରିବାକୁ ପଡିବ । ଯାହାଦ୍ୱାରା ଲୋକଙ୍କୁ ତାଙ୍କ ପୁରୁଣା ଠିକଣାରେ ଚିଠି ମାଧ୍ୟମରେ ଏକ ପାସୱାର୍ଡ ପଠାଯିବ । ପାସୱାର୍ଡ ମିଳିବା ପରେ ଆଧାର ସେଲ୍ଫ ସର୍ଭିସ ଅପଡେଟ ପୋର୍ଟାଲରେ ଲଗଇନ୍ କରି ଚିଠିରେ ଆସିଥିବା ପାସୱାର୍ଡକୁ ଦବାକୁ ପଡିବ । ଯାହାପରେ ଆପଣ ସହଜରେ ଆପଣଙ୍କ ନୂଆ ଠିକଣା ବଦଳେଇ ପାରିବେ । ଯେଉଁଭଳି ଭାବେ ଡେବିଟ୍ ଏବଂ କେଡିଟ୍ କାର୍ଡର ପିନ ଘର ଠିକଣାରେ ପଠା ଯାଇଥାଏ । ଠିକ୍ ସେହିଭଳି ଆଧାରକାର୍ଡର ବ୍ୟବସ୍ଥା କରାଯିବ ।