ଏଟିଆର ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା । ବାବା ଅମରନାଥଙ୍କ ଦର୍ଶନ କରିବା ଲାଗି ବାଲଟାଲ ଅନନ୍ତନାଗସ୍ଥିତ ବେସକ୍ୟାମ୍ପ ଅଭିମୁଖେ ଯାତ୍ରା କରିଛନ୍ତି ୪୬୦୩ ଶ୍ରଦ୍ଧାଳୁ । ଜମ୍ମୁ ସ୍ଥିତ ଭଗବତୀନଗର ଯାତ୍ରୀ ନିବାସରୁ ୨୩୧ଟି ଗାଡିରେ ସିଆରପିଏଫ ର ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ବେସକ୍ୟାମ୍ପକୁ ବାହାରିଛନ୍ତି ଶ୍ରଦ୍ଧାଳୁ ।
ଆଜିଠୁ ଅଗଷ୍ଟ ୧୯ ଯାଏଁ ଚାଲିବ ଅମରନାଥ ଯାତ୍ରା । ଏହି ଯାତ୍ରା ପାଇଁ ଏଥର ୩.୫୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପଞ୍ଜିକରଣ କରିଛନ୍ତି ।