ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ଶରୀରରେ ଏପର୍ଯ୍ୟନ୍ତ ରହିଛି ପିଲାଦିନେ ଲାଗିଥିବା ଆଘାତର ଦାଗ । ସେହି ଦାଗକୁ ହଟେଇବା ପାଇଁ ବିଭିନ୍ନ କ୍ରିମସ୍ ଏବଂ ଲୋସନର ବ୍ୟବହାର ନିଶ୍ଚିତ ରୂପେ କରୁଥିବେ । କିନ୍ତୁ ଏଥିରେ ଦାଗ ଦୂର ହୋଇନଥାଏ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣାଇଲା ପରେ ଆପଣଙ୍କର ବହୁ ଦିନର ପୁରାତନ ଦାଗ ମାତ୍ର କିଛି ସପ୍ତାହରେ ଦୂର ହୋଇଯିବ ।
– ନାଚୁରାଲ ବ୍ଲିଚିଙ୍ଗ ହେଉଛି ଲେମ୍ବୁ । ଲେମ୍ବୁ ସର୍ବଦା ଡେଡ୍ ସ୍କିନ୍ ସେଲକୁ ହଟାଇ ନୂଆ ସ୍କିନ୍ କୁ ବଢାଇଥାଏ । ଘା’ ଦାଗକୁ ଦୂର କରିବାକୁ ହେଲେ ନିୟମିତ ଲେମ୍ବୁ ରସ ଲଗାନ୍ତୁ । ଟମାଟର ଏବଂ ଆଳୁରେ ବି ନାଚୁରାଲ ବ୍ଲିଚିଙ୍ଗ ରହିଛି, ଏହାଦ୍ୱାରା ବହୁ ପୁରାତନ ଦାଗ ଦୂର ହୋଇଥାଏ ।
– ଆପଣଙ୍କ ଶରୀରରେ ଥିବା ପୁରୁଣା ଦାଗ ଉପରେ ଘିକୁଆଁରି ମୂଳକୁ ଘଷନ୍ତୁ । ଏଭଳି ପ୍ରତିଦିନ ରାତିରେ କରି ଶୋଇ ପଡନ୍ତୁ । ଏହାଦ୍ୱାରା ଆପଣଙ୍କର ଦାଗ ଦୂର ହୋଇଯିବ ।
– ଦାଗ ଦୂର କରିବା ପାଇଁ ଆପଣ କାକୁଡି ରସ ମଧ୍ୟ ବ୍ୟବହାର କରି ପାରିବେ । ଏହା କେବଳ ଦାଗ ଦୂର କରିନଥାଏ ବରଂ ତ୍ୱଚାରେ ଚମକ ଆଣିଥାଏ । ଏହାବ୍ୟତୀତ ଆପଣ କାକୁଡି ରସରେ କିଛି ପିଆଜ ରସ ମିଶାଇ ଦାଗରେ ଲଗେଇ ପାରିବେ । ଦିନ ଯାକରେ ଏଭଳି ଉପାୟ ବାରମ୍ବାର କରିବା ଦ୍ୱାରା ଖୁବ୍ ଶୀଘ୍ର ଦାଗ ଦୂର ହୋଇଯିବ ।
– ଶରୀରରେ ଲାଗିଥିବା ଆଘାତ ଦାଗ ଦୂର କରିବାର ସବୁଠାରୁ ଭଲ ଉପାୟ ହେଉଛି ଚନ୍ଦନ ପାଉଡର । ଚନ୍ଦନ ପାଉଡରରେ ଗୋଲାପ ଜଳ ଏବଂ ଖୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେହି ପେଷ୍ଟକୁ ଦାଗ ସ୍ଥାନରେ ଲଗାନ୍ତୁ । ଏହା ଶୁଖିଲା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏଭଳି ନିୟମିତ କରିବା ଦ୍ୱାରା ବହୁତ ଶୀଘ୍ର ଦାଗ ଦୂର ହୋଇଯାଇଥାଏ ।