ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କୋରୋକା ପାଇଁ ଏବେ ଲକଡାଉନ ହୋଇଥିବାରୁ ଚାକିରି ମିଳିବା କଷ୍ଟସାଧ୍ୟ ହେଉଛି କିନ୍ତୁ ଏବେ ସହରାଞ୍ଚଳରେ ରହିଥିବା ଲୋକମାନଙ୍କ ପାଇଁ ଖୁସି ଖବର। ମହାମାରୀ ମଧ୍ୟରେ ଭାରତର ସହରାଞ୍ଚଳ ଚାକିରି ଖୋଜୁଥିବା ଲୋକଙ୍କୁ ମିଳିବ ଚାକିରି। କୋରୋନା ମାହାମାରୀ ପାଇଁ ଖାସ କରି ଲକଡାଉନରେ ମଧ୍ୟବର୍ତ୍ତୀ ପରିବାର ଲୋକେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି। ଭାରତରେ ଚାକିରିର ହାର କମି ଥିବା ବେଳେ ଅନେକ ଅସୁବିଧା ସୃଷ୍ଟି ହୋଇଥିବାରୁ ଜୁଲାଇରେ ଯୋଡି ହୋଇଥିବା ନୂତନ ଚାକିରି ସମ୍ବନ୍ଧୀୟ ତଥ୍ୟ ଲୋକଙ୍କୁ ଏକ ନୂତନ ଆଶା ଦେଇଛି ।
ଜୁଲାଇ ମାସରୁ ସରକାରୀ ଓ ବେସରକାରୀ କର୍ମ କ୍ଷେତ୍ରରେ ପରିବର୍ତ୍ତନ ଆସିଛି। ବର୍ତମାନ ଅନଲାଇନ ଓ ଅଫଲାଇନ ଉଭୟ କାମରେ ଚାକିରୀ ପାଇବାର ଅଧିକ ସୁଯୋଗ ରହିଛି ବୋଲି ସେଣ୍ଟର ଫର ମନିଟରିଙ୍ଗ ଇଣ୍ଡିଆ ଇକୋନୋମିର ସିଇଓ ମହେସ ଭ୍ୟାସ କହିଛନ୍ତି। କେବଳ ଶ୍ରମ ଅଂଶଗ୍ରହଣରେ ବୃଦ୍ଧି ଘଟିନାହିଁ, ଜୁଲାଇ ୧୯ ରେ ଶେଷ ହୋଇଥିବା ସପ୍ତାହରେ ନିଯୁକ୍ତି ହାର ମଧ୍ୟ ୩୮.୪ ପ୍ରତିଶତକୁ ବୃଦ୍ଧି ପାଇଛି।
ଜୁଲାଇର ପ୍ରଥମ ତିନି ସପ୍ତାହ ମଧ୍ୟରେ ହାରାହାରି ନିଯୁକ୍ତି ହାର ୩୭.୫ ପ୍ରତିଶତ ଥିଲା । ନିଯୁକ୍ତି ହାର ପ୍ରି-ଲକଡାଉନ୍ ସ୍ତର ଅପେକ୍ଷା ଦୁର୍ବଳ ଥିବାବେଳେ ଭାରତରେ ସହରାଞ୍ଚଳ ଚାକିରିରେ ଆଶ୍ଚର୍ୟ୍ୟଜନକ ପୁନରୁଦ୍ଧାର ଘଟିଛି। ଜୁଲାଇ ୧୯ ଶେଷ ହୋଇଥିବା ସପ୍ତାହରେ, ସହରାଞ୍ଚଳର ନିଯୁକ୍ତି ହାର ୩୫.୧ ପ୍ରତିଶତକୁ ଫେରି ଆସିଥିଲା ।
ସେଣ୍ଟର ଫର ମନିଟରିଙ୍ଗ ଇଣ୍ଡିଆ ଇକୋନୋମି ଅନୁଯାୟୀ, ଜୁନ୍ ୨୮ ଶେଷ ହୋଇଥିବା ସପ୍ତାହରେ ଏହି ହାର ୩୪.୫ ପ୍ରତିଶତକୁ ପହଞ୍ଚିଛି କିନ୍ତୁ ଜୁଲାଇ ପ୍ରଥମ ସପ୍ତାହରେ ଏହା ୩୩.୨ ପ୍ରତିଶତକୁ ଖସି ଆସିଛି। ତଥାପି, ବର୍ତ୍ତମାନ ଦେଖାଯାଉଛି ଯେ ଗତ ସପ୍ତାହରୁ ଭାରତରେ ସହରାଞ୍ଚଳ ଅଧିକ ଚାକିରୀ ଯୋଡାଯାଉଛି – ଯାହାକି ଲକ୍ଷ ଲକ୍ଷ ଲୋକଙ୍କୁ ସହାୟତା କରିବ ।
କରୋନାଭାଇରସ୍ ମାମଲା ଯୋଗୁଁ କଠୋର ପ୍ରତିବନ୍ଧକ ସତ୍ୱେ ଲକଡାଉନ ଓ ସଟଡାଉନ ବାହାରେ ଖିବା ସହର ଗୁଡିକରେ ଲୋକେ ଚାକିରୀ ପାଇ ପାରିବେ ଓ ଏହା ଭାରତର ଅର୍ଥନିତିରେ ପରିବର୍ତନ ଆଣି ପାରିବ ବୋଲ ସିଏମଆଇଇ ସୂଚନା ଦେଇଛି ।