ଦିଲ୍ଲୀ(ଏଟିଆର ବ୍ୟୁରୋ): ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳେ। ଏହି କଥାକୁ ପ୍ରମାଣ କରିଛନ୍ତି ସୋଲାମପୁର ଅଠର ବର୍ଷ ବୟସ୍କା ଫାଜିଆ। ୨୦୨୦ର ଦ୍ୱାଦଶ ସିବିଏସଇ ଫଳ ପ୍ରକାଶ ପାଇଛି । ୯୬ ପ୍ରତିଶତ ମାର୍କ ରଖି ପରିବାରକୁ ଗର୍ବିତ କରାଇଛନ୍ତି ଫାଜିଆ। ୧୮ ବର୍ଷର ଫାଜିଆ ପରିବାରର ଅନ୍ୟ ପାଞ୍ଚଜଣ ସଦସ୍ୟଙ୍କ ସହ ଏକ ବସ୍ତିରେ ଏକ ଛୋଟ କୋଠରୀରେ ରୁହନ୍ତି।
ଛୋଟ କୋଠରୀରେ ରହୁଥିବା ସିଲାମପୁର ଝିଅ ବିନା ଟ୍ୟୁସନରେ ୯୬ ପ୍ରତିଶତ ମାର୍କ ରଖିଛନ୍ତି। ସେ ସମସ୍ତଙ୍କ ପାଇଁ ଏକ ଆଦର୍ଶ ସାଜିଛନ୍ତି । ତାଙ୍କୁ କୌଣସି ସୁବିଧା ନମିଳିବା ସତ୍ତେ୍ୱ ସେ ଗୋଟେ ଘରେ ପାଞ୍ଚ ଜଣ ସଦସ୍ୟଙ୍କ ସହ ରହି ନିଜ ପାଠ ପଢା ପ୍ରତି ମନଦେଇ ଫରୀକ୍ଷାରେ ଭଲ ମାର୍କ ଆଣିଛନ୍ତି । ୧୮ ବର୍ଷୀୟା ଫାଜିଆ ସିଲାମପୁରର ଜେଜେ କ୍ଲଷ୍ଟରରେ ତାଙ୍କ ମା,ଭାଇ ଏବଂ ତିନି ଭଉଣୀଙ୍କ ସହ ୭୦ ବର୍ଗଫୁଟ କୋଠରୀରେ ରୁହନ୍ତି ତାଙ୍କ ବୋର୍ଡ ପରୀକ୍ଷା ପୂର୍ବରୁ ପ୍ରତିଦିନ ସକାଳେ ଉଠି ଘରର କାମ କରୁଥିଲେ, କିଛି ଟଙ୍କା କମାଇବା ଆଶାରେ ସେ ସିଲେଇ କାମ ମଧ୍ୟ କରୁଥିଲେ। ସେ କହିଛନ୍ତି ଯେ ଏକ ବସ୍ତିରେ ରହୁଥିବାରୁ ଦିନସାରା ପରିବେଶ ଏତେ କୋଳାହଳ ଏବଂ ବ୍ୟସ୍ତ ଯେ ସେ କେବଳ ରାତିରେ ଅଧ୍ୟୟନ କରିପାରନ୍ତି। ତାଙ୍କ ବାପା ଜଣେ ଦିନ ମଜୁରିଆ। ମା କର୍କଟ ରୋଗରେ ପୀଡିତ ତେଣୁ ସେ ଉଚ୍ଚ ଶିକ୍ଷା ପାଇଁ ଓ ତାଙ୍କ ମା’ଙ୍କ ରୋଗର ଉପଚାର ପାଇଁ ସରକାରଙ୍କୁ ସହାୟତା ମାଗିଛନ୍ତି ।
ବିନା ଶିକ୍ଷକରେ ୯୬ ପ୍ରତିଶତ ରଖିଲେ ବସ୍ତି ଝିଅ
Tags #atr#education#cbse