ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବାହା ହେବାକୁ ଯାଉଛନ୍ତି ଆଦିତ୍ୟ ନାରାୟଣ । ମଝିରେ କଥା ଉଠିଥିଲେ ସେ ନେହା କକ୍କରଙ୍କୁ ବାହା ହେବେ ବୋଲି , କିନ୍ତୁ ପରେ ଜଣା ପଡିଲା ଯେ ସେମାନେ ସୋରେ ମସ୍ତି ପାଇଁ ଏମିତି କରିଥିଲେ । କିନ୍ତୁ ବର୍ତ୍ତମାନ ସେ ତାଙ୍କୁ ଜୀବନ ସାଥିଙ୍କୁ ପାଇ ଯାଇଛନ୍ତି । କୁହାଯାଉଛି ସେ ଚଳିତବର୍ଷ ଶେଷ ସୁଦ୍ଧା ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ତେବେ ବାହାଘର କଥା ଖୋଦ୍ ଆଦିତ୍ୟ ନିଜେ ହିଁ ଖୁଲାସା କରିଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କୁ ବାହା ହେବେ। ଦୀର୍ଘ ସମୟ ହେବ ସେମାନେ ରିଲେସନସିପରେ ଅଛନ୍ତି। ଶ୍ୱେତା ଅଗ୍ରୱାଲଙ୍କୁ ମଧ୍ୟ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ବୋଲି କୁହାଯାଏ । ଫିଲ୍କ ବ୍ୟତୀତ ଟିଭି ଶୋ’ରେ ବି ନଜର ଆସିଛନ୍ତି ଶ୍ୱେତା । ୨୦୦୩ରେ ସେ ଫିଲ୍କ ‘ରାଘବେନ୍ଦ୍ର’ରେ ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ଶ୍ୱେତା। ୨୦୧୦ରେ ଶ୍ୱେତା ବିକ୍ରମ ଭଟ୍ଟଙ୍କ ଫିଲ୍କ ଶାପିତରେ କାମ କରିଥିଲେ। ଶାପିତରେ ହିଁ ତାଙ୍କର ଆଦିତ୍ୟଙ୍କ ସହ ଭେଟ ହୋଇଥିଲା। ଆଦିତ୍ୟ କହିଛନ୍ତି ନଭେମ୍ବର ନଚେତ ଡିସେମ୍ବରରେ ସେ ଶ୍ୱେତାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି।ଆଦିତ୍ୟ ଆହୁରି କହିଛନ୍ତି ତାଙ୍କ ବାପା ମାଆ ଶ୍ୱେତା ଭଲ ଭାବେ ଜାଣନ୍ତି ଓ ଖୁବ ପସନ୍ଦ ମଧ୍ୟ କରନ୍ତି। କିଛି ବର୍ଷ ତଳେ ସେମାନଙ୍କ ଭିତରେ ଝଗଡ଼ା ହୋଇ ଥିଲା। ଏ ପାଇଁ ଦୁହିଁଙ୍କର ବ୍ରେକଅପ ହୋଇଥିଲା। ମାତ୍ର ପରେ ସବୁ ଠିକ ହୋଇଯାଇଥିବା ସେ କହିଥିଲେ। ବର୍ତ୍ତମାନ ଦୁଇ ଜଣଙ୍କ ଭିତରେ ଭଲ ସମ୍ପର୍କ ଥିବାରୁ ସେମାନେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ।