ମୁମ୍ବାଇ(ଏଟିଆର ବ୍ୟୁରୋ): ବଲିଉଡର ଆକ୍ସନ ଷ୍ଟାର ଭାବେ ପରିଚିତ ଅଜୟ ଦେବଗନ ଏକ ନୂଆ ଫିଲ୍ମରେ କାମ କରୁଛନ୍ତି । ନିକଟରେ ଅଜୟଙ୍କ ଫିଲ୍ମ ତାନାଜୀ ବକ୍ସ ଅଫିସରେ ୩୦୦ କୋଟିରୁ ଅଧିକ ଆୟ କରିଛି । ତେବେ ଏହା ଭିତରେ ଅଜୟଙ୍କୁ ଆଉ ଏକ ଫିଲ୍ମ ମିଳିଛି । ଯାହାକୁ ସେ ନିଜ ସୋସିଆଲ ମିଡିଆରେ ଶୋୟାର କରିଛନ୍ତି । ଖାଲି କେଉଁ ଫିଲ୍ମ କାମ କରୁଛନ୍ତି ତାହା ନୁହଁ ବଂର ଏହାର ରିଲିଜ ଡେଟ ମଧ୍ୟ ଘୋଷଣା କରିଛନ୍ତି ଅଜୟ । ଅନେକ ଦିନ ହେବ ତାମିଲ ଫିଲ୍ମର କୈଥି ରିମେକକୁ ନେଇ ବହୁ କଳ୍ପନା ଜଳ୍ପନା କରାଯାଇଥିଲା । ଏହି ଫିଲ୍ମ ପାଇଁ ସଲମାନ ଖାନ୍ ଓ ହ୍ରିତିକ୍ ରୋଶନଙ୍କ ନାଁ ସାମ୍ନାକୁ ଆସୁଥିଲା । ହେଲେ ସବୁ କଳ୍ପନା ଜଳ୍ପନା ଉପରେ ରୋକ ଲଗାଇଛନ୍ତି ଅଜୟ । ସେ ତାଙ୍କ ଟ୍ୱିଟ୍ ଆକାଉଣ୍ଟୁରେ କୈଥିର ରିମେକରେ କାମ କରୁଛନ୍ତି ବୋଲି ଲେଖିଛନ୍ତି । ଏହା ସହ ଏହି ଫିଲ୍ମ ଆସନ୍ତା ବର୍ଷ ଫେବୃଆରୀ ୨୧ ତାରିଖରେ ରିଲିଜ ହେବ ବୋଲି ଲେଖିଛନ୍ତି ।
Yes, I’m doing the Hindi remake of the Tamil film Kaithi. Releases on February 12, 2021 🙏 @RelianceEnt @DreamWarriorpic @ADFFilms @Shibasishsarkar #SRPrakashbabu @prabhu_sr @Meena_Iyer
— Ajay Devgn (@ajaydevgn) February 28, 2020
ଏହି ଫିଲ୍ମର କାହାଣି ରାଜଧାନୀ ଦିଲ୍ଲୀ ଉପରେ ହୋଇଛି । ଏଥିରେ କିଭଳି ଜଣେ ଅପରାଧୀ ବହୁ ଦିନ ଧରି ଜେଲରେ ରହି ମୁକୁଳିବା ପରେ ନିଜ ଝିଅକୁ ଦେଖା କରିବାକୁ ଚେଷ୍ଟା କରୁଛି । ହେଲେ ପୋଲିସ ଓ ଡ୍ରଗ୍ସ ମାଫିଆଙ୍କ ଭିତରେ ହେଉଥିବା ଯୁଦ୍ଧ ଭିତରେ ଫସି ଯାଉଛି । ଏହା ପରେ କିଭଳି ଭାବେ ସେ ତାଙ୍କ ଝିଅକୁ ଦେଖା କରୁଛନ୍ତି ତାହା ଏହି କାହାଣୀରେ ଦେଖାଯାଇଛି । ଏହି ଫିଲ୍ମକୁ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ନିର୍ମାଣ କରୁଛି । ନିର୍ମାଣ କମ୍ପାନୀର ସିଇଓ ଶିବାଶିଷ ସରକାର କହିଛନ୍ତି ଯେଉଁ ଦର୍ଶକ ମାନେ ସସପେନ୍ସ ଓ କ୍ରାଇମ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ସେମାନେ ଏହି ଫିଲ୍ମ ନିଶ୍ଚିତ ଦେଖିବା ଦରକାର । ଏହି ଫିଲ୍ମରେ ଜବରଦସ୍ତ ଆକ୍ସନ ରହିଛି । ତାମିଲି ଫିଲ୍ମ କୈଥି ଗତବର୍ଷ ଅକ୍ଟୋବର ୨୫ ତାରିଖରେ ରିଲଜ ହୋଇଥିଲା । ଏହାକୁ ଲୋକେଶ କନଗରାଜ୍ ନିର୍ଦ୍ଦେଶନା ଦେଇଥିଲେ । ତେବେ ଅଜୟଙ୍କ ଫ୍ୟାନ ମାନେ ଏହି ଫିଲ୍ମଟିକୁ ଦେଖିବାକୁ ବହୁ ଉତ୍ସାହିତ ଅଛନ୍ତି ।