ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡରୁ ଆସିଲା ଚମକାଇଲା ଭଳି ଖବର । ଅଭିନେତା ଆମୀର ଖାଁ ଏବଂ ତାଙ୍କର ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ମଧ୍ୟରେ ଫାଟକ । ବିବାହର ୧୫ ବର୍ଷ ପରେ ଅଲଗା ହେବାର ଘୋଷଣା କଲେ ପତି-ପତ୍ନୀ । ଏନେଇ ଉଭୟ ଏକ ରିପୋର୍ଟ ଜାରି କରି ତାଙ୍କ ପ୍ରଶଂସକ ଏବଂ ଶୁଭେଛୁମାନଙ୍କୁ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି ।
ଏହି ରିପୋର୍ଟରେ ଆମୀର ଏବଂ କୀରଣ କହିଛନ୍ତି କି, ଏହି ସୁନ୍ଦର ୧୫ ବର୍ଷରେ, ଆମେ ପରସ୍ପର ସହିତ ଆଜୀବନ ଅଭିଜ୍ଞତା, ଭଲ ମୁହୂର୍ତ୍ତ ଏବଂ ହସ ଖୁସୀ ହାସଲ କରିଛୁ । ଆମ ସମ୍ପର୍କରେ କେବଳ ବିଶ୍ୱାସ, ସମ୍ମାନ ଏବଂ ପ୍ରେମ ଥିଲା । ବର୍ତ୍ତମାନ ଆମେ ଆମ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରୁଛୁ – ସ୍ୱାମୀ-ସ୍ତ୍ରୀ ଭାବରେ ନୁହେଁ, ବରଂ ପିତାମାତା ଏବଂ ପରିବାର ଭାବରେ । ଆମେ କିଛି ସମୟ ଅଲଗା ହେବାର ନିଷ୍ପତ୍ତି ନେଇଛୁ । ଆମେ ଆମ ପୁଅ ଆଜାଦଙ୍କ ପ୍ରତି ଉତ୍ସର୍ଗୀକୃତ ପିତାମାତା ରହିବୁ, ଯାହାଙ୍କୁ ଆମେ ଏକତ୍ର ପାଳିବୁ ଆଉ ବଡ କରିବୁ । ଆମେ ଆମର ଚଳଚ୍ଚିତ୍ର, ପାଣି ଫାଉଣ୍ଡେସନ୍ ଏବଂ ଅନ୍ୟାନ୍ୟ ପ୍ରୋଜେକ୍ଟରେ ଏକାଠି କାମ କରିବା ଜାରି ରଖିବୁ ଯାହା ପାଇଁ ଆମେ ଦୁହେଁ ଆଗ୍ରହୀ । ଆମ ପରିବାର ଏବଂ ବନ୍ଧୁମାନଙ୍କୁ ଅନେକ ଅନେକ ଧନ୍ୟବାଦ, ଯେଉଁମାନେ ଆମକୁ ସହଯୋଗ ଏବଂ ସମର୍ଥନ କରିଥିଲେ । ସେମାନଙ୍କ ବିନା ଆମେ ଏତେ ବଡ ନିଷ୍ପତ୍ତି ନେବାକୁ ସକ୍ଷମ ହୋଇନଥା’ନ୍ତୁ । ଆମେ ଆମର ଶୁଭେଚ୍ଛୁମାନଙ୍କୁ ସେମାନଙ୍କର ପ୍ରାର୍ଥନା ଏବଂ ଆଶୀର୍ବାଦ ପାଇଁ ଆଶା କରୁଛୁ । ଆମ ପରି, ଆପଣ ମଧ୍ୟ ଏହି ଛାଡପତ୍ରକୁ ଶେଷ ଭାବରେ ଦେଖିବେ ନାହିଁ, କିନ୍ତୁ ଏକ ନୂତନ ଯାତ୍ରା ଆରମ୍ଭ ଭାବରେ ଦେଖିବେ ।