ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହୃଦଘାତର ଶିକାର ହୋଇଛନ୍ତି ବଲିଉଡ ଅଭିନେତା ଶ୍ରେୟସ ତଲପଡେ । ମୁମ୍ବାଇର ଅଣ୍ଡେରିର ବେଲେଭ୍ୟୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ୪୭ ବର୍ଷିୟ ଶ୍ରେୟସଙ୍କ ଆଞ୍ଜିଓପ୍ଲାଷ୍ଟି କରାଯାଇଥିବା ନେଇ ଡକ୍ଟର ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।
ସୂଚନା ଯୋଗ୍ୟ, ୱେଲକମ୍ ଟୁ ଦି ଜଙ୍ଗଲ’ ନାମକ ଏକ ଫିଲ୍ମ ସୁଟିଂ କରି ଘରେ ପହଁଚିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଶ୍ରେୟସ । ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତାଙ୍କର ଆଞ୍ଜିଓପ୍ଲାଷ୍ଟି ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।