ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତିନି ମାସରୁ ଅଧିକ ସମୟ ବିତି ଗଲାଣି ହେଲେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନଇ ଚର୍ଚ୍ଚା ଜାରି ରହିଛି । ନିକଟରେ ଏମ୍ସ ଡାକ୍ତରୀ ପ୍ୟାନେଲର ଫରେସିନକ ରିପୋର୍ଟ ସାମ୍ନାକୁ ଆସିଥିଲା । ଯେଉଁଥିରେ ସୁଶାନ୍ତଙ୍କ ହତ୍ୟା ଆଶଙ୍କାକୁ ଖାରଜ୍ କରି ଦିଆଯାଇଛି । ଏବେ ପୁଣି ଏହି ମାମଲାର ଏକ ନୂଆ ମୋଡ ସାମ୍ନାକୁ ଆସିଛି । ଏମ୍ସର ଡାକ୍ତର ସୁଧୀର ଗୁପ୍ତାଙ୍କ ଅଡିଓ କ୍ଲିପ ଏବେ ଲିକ୍ ହୋଇଛି । ଯେଉଁଥିରେ ସେ ମାନିଛନ୍ତି କି ସୁଶାନ୍ତଙ୍କର ହତ୍ୟା ହୋଇଥିଲା । ଯେପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ଫଟୋ ଦେଖିଥିଲେ ସେପର୍ଯ୍ୟନ୍ତ ଦୃଢକ୍ତିର ସହ ସେ କହିଥିଲେ କି ତାଙ୍କର ହତ୍ୟା ହୋଇଛି କିନ୍ତୁ ପରବର୍ତ୍ତି ସମୟରେ ମାମଲାର ଯାଞ୍ଚ ପରେ ସେ ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି । ସୁଧୀର ଗୁପ୍ତା ସେହି ଟିମ୍ ର ମୁଖ୍ୟ, ଯେଉଁ ଟିମ ସୁଶାନ୍ତଙ୍କ କେସରେ ଫରେନସିକ ରିପୋର୍ଟ ହସାନ୍ତର କରିଥିଲା ।
ଜାତୀୟ ଗଣମାଧ୍ୟ ରିପୋର୍ଟ ଅନୁସାରେ , ଏହି ଅଡିଓ କ୍ଲିପ ରେ ଡାକ୍ତର ଗୁପ୍ତାଙ୍କ କହିବା କଥା ହେଉଛି , ଯେତେବେଳେ ପ୍ରଥମେ ସୁଶାନ୍ତଙ୍କ ମୃତ୍ୟୁ ଫଟୋ ତାଙ୍କ ନିକଟକୁ ଆସିଲା ଏହାକୁ ଦେଖିକି ତାଙ୍କୁ ଲାଗିଥିଲା କି ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା । କିନ୍ତୁ ପରବର୍ତ୍ତ ସମୟରେ ଏମ୍ସର ଫରେନସିକ୍ ପ୍ୟାନେଲ ର ରିପୋର୍ଟ ରେ କୁହାଯାଇଛି କି , ରଶି ଲଗାଇ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଏମ୍ସର ଏହି ରିପୋର୍ଟରେ ସନ୍ତୁଷ୍ଟ ନାହାନ୍ତି ସୁଶାନ୍ତଙ୍କ ପରିବାର ଲୋକ ।
ଫରେନସିକ ରିପୋଟରେ ହତ୍ୟାକୁ ଖାରଜ କରି କୁହାଯାଇଛି କି, ଯେଉଁ ସ୍ଥିତିରେ ମୃତ୍ୟୁ ହୋଇଛି ସେଥିରୁ ସ୍ପଷ୍ଟ ହେଉଛି କି ଏଥିରେ କୌଣସି ପ୍ରକାରର ଗେମ ହୋଇନାହିଁ ଏବଂ ଏହା ଆତ୍ମହତ୍ୟା ମାମଲା ।