ମୁମ୍ବାଇ (ଏଟିଆର ବ୍ୟୁରୋ):ଏଇ କିଛି ହେବ ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ମଧ୍ୟରେ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଖୁବ୍ ଜୋର ଧରିଥିଲା । ଆଜ୍ଞା ହଁ, ସୋସିଆଲ ମିଡିଆ ଜରିଆରେ ଜାଣିବାକୁ ମିଳିଥିଲା ଯେ ରଣବୀର କପୁର ଏବଂ ଆଲିୟା ଭଟ୍ଟ ଦୁହେଁ ଦୁହିଁଙ୍କୁ ପସନ୍ଦ କରୁଛନ୍ତି । ଏବଂ ସେମାନଙ୍କ ମଧ୍ୟରେ ଘନିଷ୍ଟତା ବଢିବାରେ ଲାଗିଛି । ଯାହକୁ ନେଇ ଆଜି ମୁହଁ ଖୋଲିଛନ୍ତି ଆଲିୟା ।
ପ୍ରକୃତରେ, ବହୁତ ଶୀଘ୍ର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ରଣବୀର ଏବଂ ଆଲିୟାଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଏହି ଫିଲ୍ମର ସୁଟିଂ ଜରିଆରେ ଦୁଇଜଣ କଳାକାରଙ୍କୁ ଏକାଠି ଭିନ୍ନ ଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । ଯାହା ଲୋକଙ୍କ ବନରେ ଏକ ଭ୍ରମ ସୃଷ୍ଟି ହୋଇଥିଲା । ଲୋକଙ୍କ କହିବାନୁଯାୟୀ, ‘ରଣବୀର କପୁର ପ୍ରଥମେ ଦୀପିକା ଏବଂ କ୍ୟାଟ୍ରିନାଙ୍କ ସହ ସଂପର୍କ ତୁଟାଇବା ପରେ ଏବେ ଆଲିୟାଙ୍କ ସହ ସଂପର୍କ ଯୋଡୁଛନ୍ତି’ ।
ଏହାକୁ ନେଇ ଆଲିୟା କହିଥିଲେ ଯେ, ‘ସବୁବେଳେ ମୁଁ ରଣବୀରଙ୍କ ସହ କାମ କରିବାକୁ ଚାହୁଁଥିଲି । କାରଣ ରଣବୀର ଅଭିନୟ କଲାବେଳେ ସର୍ବଦା ନିଜକୁ ଚରିତ୍ର ଭିତରେ ରଖିବାକୁ ପସନ୍ଦ କରିଥାନ୍ତି । ମୁଁ ତାଙ୍କ ସହ କାମ କରିବି ବୋଲି ବହୁତ ଦିନ ହେବ ସୁଯୋଗକୁ ଅନେଇ ବସିଥିଲି । କିନ୍ତୁ ଆପଣ ଯେତେବେଳେ ଆପଣଙ୍କ ବନ୍ଧୁ କିମ୍ବା ପରିବାର ସହ କାମ କରିଥାନ୍ତି ସେତେବେଳେ କାମର କୌଣସି ଅନ୍ଦାଜ ନଥାଏ’ ।
ପ୍ରଥମ ଥର ପାଇଁ ବଲିଉଡରେ ଏଭଳି ଏକ ଫିଲ୍ମ ନିର୍ମାଣ କରାଯାଉଛି । ଫିଲ୍ମଟି ରିଲିଜ ହେବା ପରେ ଲୋକମାନଙ୍କ ପ୍ରତିକ୍ରିୟା ଦେଖିବା ପାଇଁ ଆଲିୟା ଖୁବ୍ ଉତ୍ସାହିତ ଅଛନ୍ତି ।