ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡର ମହାନାୟକ ଅମିତାଭ ବଚ୍ଚନ ନିକଟରେ କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି । ଏହାପରେ ସେ ଟିଭିର ପପୁଲାର ସୋ’ କୌନ୍ ବନେଗା କରୋଡପତିର ୧୨ତମ ସିଜିନ୍ ର ସେଟ୍ ରେ ପୁର୍ନବାର ପହଁଚି ଯାଇଛନ୍ତି ।
ଋିପୋର୍ଟ ମୁତାବକ, ସେପ୍ଟମ୍ବର ୨୮ ରୁ ଅନଏୟାର ହେବ କୌନ୍ ବନେଗା କରୋଡପତିର ୧୨ତମ ସିଜିନ୍ । ସୋ’ ର ଟାଇମିଙ୍ଗ ପୂର୍ବଭଳି ରହିବ । ସୋମବାରରୁ ଶୁକ୍ରବାର ରାତି ୯ଟାରେ ପ୍ରସାରିତ ହେବ ସୋ’ । କେବଳ ଏତିକି ନୁହେଁ କେବିସି ୧୨ ପାଇଁ ଡିଜିଟାଲ ପ୍ରେସ ଲଞ୍ଚ କରାଯାଇପାରେ । ଦି କପିଲ ଶର୍ମା ସୋ’ ଭଳି ଏଥିରେ ଲାଇଭ ଅଡିଆନ୍ସ ବସିବେ ନାହିଁ ।
ଅନ୍ୟପଟେ କେବିସି ୧୨ ରେ ଭାଗ ନେବାକୁ ଥିବା ପ୍ରତିଯୋଗୀମାନେ ହୋଟେଲରେ ସେଲ୍ଫ କ୍ୱାରେଣ୍ଟାଇନ୍ ରେ ରହିବେ । ଏହାପରେ ସୋ’ର ପ୍ରଥମ ରାଉଣ୍ଡ ଫାଷ୍ଟେସ ଫିଙ୍ଗର ରାଉଣ୍ଡ ଖେଳିପାରିବେ ପ୍ରତିଯୋଗୀ ।
ସେହିପରି କରୋନାକୁ ଦୃଷ୍ଟିରେ ରଖି ମାସ୍କ, ସାମାଜିକ ଦୂରତା ଏବଂ ସାନିଟାଇଜର ପ୍ରତି ଗୁରୁତ୍ୱ ଦିଆଯିବ । କୌଣସି ବ୍ୟକ୍ତିର ସଂସ୍ପର୍ଶରେ ନଆସିବା ପାଇଁ ଟେକନିକର ସାହାରା ନିଆଯିବ ।