(ଏଟିଆର ବ୍ୟୁରୋ ): ସାରା ଦେଶରେ ଏବେ କରୋନା ମହାମାରୀ ବଢ଼ିବାରେ ଲାଗିଛି l ଛୋଟ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ମହାମାରୀ କବଳିତ କରୁଛି l ତେବେ ଏହାରି ଭିତରେ ବଲିଉଡର ସେହେଂସା କୁହାଯାଉ ଥିବା ଅମିତାଭ ବଚ୍ଚନଙ୍କୁ କରୋନା ହେଇଥିବାର ଜଣା ପଡିଛି l ଏନେଇ ଅମିତାଭ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି l ଏହା ସହ ସେ ହସ୍ପିଟାଲରେ ଅଛନ୍ତି ବୋଲି କହିଛନ୍ତି l ସେହିପରି ଗତ 10 ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ମାନଙ୍କୁ କରୋନା ପରୀକ୍ଷା କରେଇବା ପାଇଁ ଅନୁରୋଧ କରିଛନ୍ତି l
T 3590 -I have tested CoviD positive .. shifted to Hospital .. hospital informing authorities .. family and staff undergone tests , results awaited ..
All that have been in close proximity to me in the last 10 days are requested to please get themselves tested !— Amitabh Bachchan (@SrBachchan) July 11, 2020