ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଅନେକ କଳାକାର ମାନଙ୍କ ବିବାହ ସଂପର୍କରେ ଖିଟିପିଟି ଦେଖିବାକୁ ମିଳିଥାଏ । ଏହା କୌଣସି ନୂଆ କଥା ନୁହେଁ । ଏହି ତାଲିକାରେ ଏବେ ଆଉ ଏକ ଯୋଡୀଙ୍କ ନାଁ ଶୁଣିବାକୁ ମିଳୁଛି । ସେ ଆଉ କେହି ନୁହଁନ୍ତି ଅଭିନେତା ଅର୍ଜୁନ ରାମପାଲ ଏବଂ ତାଙ୍କ ପତ୍ନୀ ମେହେର ଜୋସିଆ । ଦୁଇ ଜଣଙ୍କ ମଧ୍ୟରେ ସଂପର୍କ ଭଲ ନଥିଲା । ଏବେ ଦୁହେଁ ଅଲଗା ହେବେ ବୋଲି ନିଷ୍ପତି ନେଇଛନ୍ତି ।
ଆଜ୍ଞା ହଁ ୧୯୯୮ରେ ଅର୍ଜୁନ ମେହରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କିନ୍ତୁ ଏବେ ଦୁହେଁ ଅଲଗା ହେବାକୁ ଯାଉଛନ୍ତି । ଦୁଇଜଣ ଏକାଠି ଦେଇଥିବା ଷ୍ଟେଟମେଂଟରେ କହିଛନ୍ତି ଯେ, ‘ଭଲପାଇବା ଏବଂ ସ୍ମୃତି ଭରା ଏହି ୨୦ ବର୍ଷର ଯାତ୍ରା ପରେ ଆମ ଦୁହିଁଙ୍କର ପଥ ଅଲଗା ହେଉଛି । ଆମକୁ ଲାଗୁଛି ଯେ ଏବେ ଅଲଗା ହେବାର ସମୟ ଆସି ଗଲାଣି । ଆମ ସଂପର୍କ ସର୍ବଦା ମଜବୁତ ଥିଲା ଏବଂ ଆଗକୁ ମଧ୍ୟ ଏଭଳି ରହିବ’ ।
ଦୁଇ ଜଣଙ୍କ ମଧ୍ୟରେ ବିଚ୍ଛେଦର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ଅର୍ଜୁନ ଏବଂ ମେହେରଙ୍କ ସଂପର୍କରେ ବିଚ୍ଛେଦର କାରଣ ଅଭିନେତା ହ୍ରିତିକ୍ ରୋଶନଙ୍କ ପତ୍ନୀ ବୋଲି ଶୁଣିବାକୁ ମିଳୁଛି । ଅର୍ଜ୍ଜୁନ ଏବଂ ମେହେରଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି ।