ମୁମ୍ବାଇ (ଏଟିଆର ବ୍ୟୁରୋ): କାନ୍ସ ଫିଲ୍ମ ଫେଷ୍ଟିୱାଲର ଧୁମ୍ ଜାରି ରହିଛି । ଶୁକ୍ରବାର ଦିନ ବଲିଉଡ ଡିଭା ଦୀପିକା ପାଦୁକୋନ ଏହି ଫେଷ୍ଟିୱାଲରେ ବୋଲ୍ଡ ଅନ୍ଦାଜ୍ ରେ ନିଜର ଜଲୱା ଦେଖାଇଥିଲେ । ତାଙ୍କର ଏହି ଲୁକ ପାଇଁ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ଦୀପିକା ଏଥିରେ ଷ୍ଟନିଂ ଅବତାରରେ ନଜର ଆସିଥିଲେ । ତାଙ୍କର ଏହି ଲୁକ୍ କୁ ୟୁଜର୍ସ ଖୁବ୍ ପସନ୍ଦ କରିଛନ୍ତି ।
ଏଥିରେ ଦୀପିକା ଗୋଲାପୀ ରଙ୍ଗର ଏକ ସୁନ୍ଦର ଡ୍ରେସ ସହ ମ୍ୟାଚିଂ ହିଲ୍ସ ମଧ୍ୟ ପିନ୍ଧିଥିଲେ । ଏହି ଡ୍ରେସଟିକୁ ଖୁବ୍ ଆରାମଦାୟକ ଭାବେ ସମ୍ଭାଳୁ ଥିବାର ତାଙ୍କୁ ଦେଖିବାକୁ ମିଳିଥିଲା । ରେଡ କାର୍ପେଟରେ ଓହ୍ଲାଇବା ପୂର୍ବରୁ ସେ ତାଙ୍କର କାତିଲାନା ଅନ୍ଦାଜରେ କ୍ୟାମେରା ସାମ୍ନାରେ ପୋଜ୍ ଦେଉଥିବାର ନଜର ଆସିଥିଲେ । ଏହି ସମୟର କିଛି ଫଟୋ ସେ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାକୁ ଦେଖିଲା ପରେ ୟୁଜର୍ସମାନେ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି ।