ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଉ କିଛି ଦିନର କଥା । ଜୁଲାରେ ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଟେଲିଭିଜନ ଜଗତର ଷ୍ଟାର ଦମ୍ପତି ଦୀପିକା କକ୍କଡ ଏବଂ ସୋଏବ ଇବ୍ରାହିମ । ଏହାରି ମଧ୍ୟରେ ଦୀପିକା ମା’ ହେବା ପରେ ଅଭିନୟ ଛାଡିବା ଖବର ଏବେ ଚର୍ଚ୍ଚାରେ । ଏହାପରେ ଏହାକୁ ନେଇ ଦୀପିକା ନିଜେ ମୁହଁ ଖୋଲିଛନ୍ତି ।
ସେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି କି, ତାଙ୍କ କଥାକୁ ଲୋକେ ଭୁଲ୍ ଅର୍ଥରେ ନେଇଛନ୍ତି । ତାଙ୍କର ଅଭିନୟ ଛାଡିବାର କୌଣସି କାରଣ ନାହିଁ । ସେ ତାଙ୍କ ବେବିକୁ ସମୟ ଦେବା ପାଇଁ କିଛି ବର୍ଷର ବ୍ରେକ ନିହାତି ନେଇ ପାରନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କି , ହାଉସୱାଇଫ ହେବାର ମଜା ଆସୁଛି । ବର୍ଷ ତମାମ ଡେଲି ସୋପ ରେ କାମ କରିବା ପରେ ହୋମମେକର କାମ କରିବାକୁ ଭଲ ଲାଗୁଛି । କିନ୍ତୁ ଏହାର ଅର୍ଥ ଏହା ନୁହେଁ କି ଅଭିନୟ ଛାଡି ଦେଇଛି । ଯଦି ପିଲା ଜନ୍ମ ହେବା ପରେ କୌଣସି ବିଗ୍ ପ୍ରୋଜେକ୍ଟ ମିଳେ ତେବେ ବହୁତ ଶୀଘ୍ର କାମ ଆରମ୍ଭ କରିପାରେ । ତାହା ପିଲା ଜନ୍ମ ହେବା ପରେ ହିଁ ଜଣାପଡିବ ।