ଅଭିନେତ୍ରୀ (ଏଟିଆର ବ୍ୟୁରୋ): ନୂତନ ଲୁକ୍ କୁ ନେଇ ଏବେ ଚର୍ଚ୍ଚାରେ ଅଭିନେତ୍ରୀ ଏଲି ଅବ୍ରାମ । ଏଲିଙ୍କ ଏହି ଲୁକ୍ ହଲିଉଡ୍ ଫିଲ୍ମ ‘ଟାମ୍ବ ରେଡର’ ରେ ଅଭିନେତ୍ରୀ ଏଞ୍ଜୋଲିନା ଜୋଲି ଅଭିନୟ କରିଥିବା ଲାରା କ୍ରାଫ୍ଟଙ୍କ ସହ ସମ୍ପୂର୍ଣ୍ଣ ମିଶୁଛି ।
ଏଲିଙ୍କ ଏହି ବ୍ଲାକ ଆଉଟ୍ ଫିଟ୍ ଦର୍ଶକଙ୍କୁ ଫିଲ୍ମ ‘ଟାମ୍ବ ରେଡର’ କଥା ମନେପକାଇ ଦେଇଛି । ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି ।
ଅପରପକ୍ଷେ ଏଲି ବର୍ତ୍ତମାନ ମୋହିତ ଶୁରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ମଲଙ୍ଗ’ ର ସଫଳତାର ଜଶନ ମନାଉଛନ୍ତି । ଯାହା ବକ୍ସ ଅଫିସରେ ଏପର୍ଯ୍ୟନ୍ତ ୫୦ କୋଟି ଟଙ୍କାରୁ ଅଧିକ ଟଙ୍କା ଆୟ କରି ସାରିଲାଣି।
ଫେବୃଆରୀ ୭ ରେ ରିଲିଜ୍ ହୋଇଥିବା ଫିଲ୍ମ ‘ମଲଙ୍ଗ’ ରେ ଆଦିତ୍ୟ ରାୟ କପୁର, ଦିଶା ପଟ୍ଟାନୀ, ଅନୀଲ କପୁର ଏବଂ କୁନାଲ ଖେମୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ଏହି ରୋମାଣ୍ଟିକ ଆକ୍ସନ ଥ୍ରିଲର ଫିଲ୍ମକୁ ଲଭ ରଞ୍ଜନ, ଅଙ୍କୁର ଗର୍ଗ, ଭୂଷଣ କୁମାର, କୃଷ୍ଣା କୁମାର ଏବଂ ଜୟ ସେବକରମାନୀଙ୍କ ଦ୍ୱାରା ପ୍ରଯୋଜିତ କରାଯାଇଛି ।