ମୁମ୍ବାଇ(ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଅମିଷା ପଟେଲଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ପ୍ରକୃତରେ ଅମିଷା ଏକ ଇଭେଣ୍ଟ କମ୍ପାନୀରୁ ଟଙ୍କା ନେଇ କାର୍ଯ୍ୟକ୍ରମରେ ଯୋଗନଦେବାରୁ ତାଙ୍କ ନାଁରେ କମ୍ପାନୀ ପକ୍ଷରୁ ଠକେଇ ଅଭିଯୋଗ ଆସିଛି । ଅମିଷାଙ୍କ ସମତେ ଅନ୍ୟ ଚାରି ଜଣଙ୍କ ନାଁରେ ଅଦାଲତରେ ମାମଲା ରୁଜୁ ହୋଇଛି ।
ଖବରମୁତାବକ, ୨୦୧୭ ମସିହା ନଭେମ୍ବର ୧୬ ତାରିଖରେ ଏକ ୱେଡିଙ୍ଗ କମ୍ପାନୀ ଅମିଷାଙ୍କ ଡ୍ୟାନ୍ସ କରିବା ପାଇଁ ଅଫର ଦେଇଥିଲେ । ମୁରାଦାବାଦ୍ ସ୍ଥିତ ଏହି ୱେଡିଙ୍ଗ କମ୍ପାନୀଙ୍କୁ ପବନ କୁମାର ନାମକ ଜଣେ ବ୍ୟକ୍ତି ମ୍ୟାନେଜ୍ କରନ୍ତି । ଗୋଟେ ବାହାଘରରେ ଡ୍ୟାନ୍ସ କରିବା ପାଇଁ ଅମିଷାଙ୍କ କମ୍ପାନୀ ୧୧ ଲକ୍ଷ ଟଙ୍କା ଦେଇଥିଲା । ମାତ୍ର ଟଙ୍କା ନେଇଯିବା ପରେ କାର୍ଯ୍ୟକ୍ରମରେ ପହଁଚି ନଥିଲେ ଅମିଷା । ଯେଉଁଥିପାଇଁ ଠିକ୍ ସମୟରେ କମ୍ପାନୀକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । ଏହାସହିତ କମ୍ପାନୀର ନାଁ ମଧ୍ୟ ଖରାପ ହୋଇଥିଲା ।
ଏହି ମାମଲାରେ ପବନ କୁମାର କହିଛନ୍ତି କି , କଣ୍ଟ୍ରାକ୍ଟ ଅନୁସାରେ ଅମିଷା ଏବଂ ତାଙ୍କ ସହିତ ଅନ୍ୟ ପାଞ୍ଚ ଜଣ ବ୍ୟକ୍ତିଙ୍କ ପାଇଁ ଏୟାରପୋର୍ଟ ଟିକେଟ୍ ସମେତ ହୋଟେଲ ବ୍ୟବସ୍ଥା କରାଯାଇଥିଲା । ସିଡ୍ୟୁଲ ଅନୁଯାୟୀ ଅମିଷା ମୁମ୍ବାଇରୁ ଦିଲ୍ଲୀ ଆସିଥିଲେ କିନ୍ତୁ ସେଠାରେ ପହଁଚିବା ପରେ ଅମିଷାଙ୍କ ଆଶିଷ୍ଟାଣ୍ଟ ତାଙ୍କୁ ଫୋନ୍ କରିଥିଲେ । ଏହାସହିତ ଆହୁରୀ ଦୁଇ ଲକ୍ଷ ଟଙ୍କା ମାଗିଥିଲେ । କାରଣ ପଚାରିବାରୁ ସେ କହିଥିଲେ କି ଦିଲ୍ଲୀରୁ ମୁରାଦାବାଦ ଅଢେଇ ଘଣ୍ଟାର ରାସ୍ତା ବୋଲି କୁହାଯାଇ ଥିଲା, କିନ୍ତୁ ପ୍ରକୃତରେ ପାଞ୍ଚ ଘଣ୍ଟାର ରାସ୍ତା । ସେଥିପାଇଁ ୨ ଲକ୍ଷ ଟଙ୍କା ଦେଲେ ଯାଇ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଏହାପରେ ଅମିଷା ଏବଂ ତାଙ୍କ ସହଯୋଗୀ ଅହମଦ ଶରୀଫଙ୍କୁ ବାରମ୍ବାର ବାରମ୍ବାର ଫୋନ୍ ଲଗାଇଥିଲେ ପବନ । କିନ୍ତୁ ସେମାନେ ଫୋନ୍ ଉଠାଇନଥିଲେ । କେବଳ ଏତିକି ନୁହେଁ, ଅମିଷା ଫୋନ୍ ନ ଉଠାଇବାରୁ ବୁକିଙ୍ଗ କରିଥିବା ବ୍ୟକ୍ତି ରାଜକୁମାରଙ୍କଠାରୁ ଟଙ୍କା ଫେରାଇବାକୁ ପବନ କହିଥିଲେ । କିନ୍ତୁ ସେ ଟଙ୍କା ଦେବାକୁ ପୂରା ମନା କରିଦେଇଥିଲା ।