ମୁମ୍ବାଇ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟର ଇର୍ଫାନ ପଠାନ୍ ଙ୍କ ପରେ ଏବେ କ୍ରିକେଟର ହରଭଜନ ସିଂ ବି ତାମିଲ ସିନେମାରେ ପଦାର୍ପଣ କରିବାକୁ ଯାଉଛନ୍ତି । ଭଜି ନାମରେ ମଶୁର କ୍ରିକେଟର ହରଭଜନ ସିଂ ମଶୁର ଅଭିନେତା ସନ୍ତାନମ ଙ୍କ ଫିଲ୍ମ ‘ଡିକିଲୁନା’ ରେ ନଜର ଆସିବେ । ଏନେଇ ଫିଲ୍ମ ନିର୍ମାତା ଏକ ବିଜ୍ଞପ୍ତିରେ କହିଛନ୍ତି, ‘ଫିଲ୍ମରେ ହରଭଜନ ସିଂଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।’ ଏହାପରେ ହରଭଜନ ସିଂ ବି ଟ୍ୱିଟ୍ କରି ନିର୍ମାତାଙ୍କୁ ତାମିଲରେ ଧନ୍ୟବାଦ ଜଣାଇଛନ୍ତି ।
ଅପରପକ୍ଷେ ତାମିଲ ଭାଷାରେ ଫିଲ୍ମ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ଇର୍ଫାନ ପଠାନ । ଏପର୍ଯ୍ୟନ୍ତ କୌଣସି ଫିଲ୍ମର ନାଁ ଫାଇନାଲ ହୋଇନାହିଁ । ମାତ୍ର ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସାଉଥ୍ ସୁପରଷ୍ଟାର ବିକ୍ରମ ନଜର ଆସିବେ । କିନ୍ତୁ ଏଥିରେ ଇର୍ଫାନଙ୍କର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଇର୍ଫାନଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିବେ ଅଜୟ ଗଣନମୁଥୁ ।