ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ଇର୍ଫାନ୍ ଖାନ୍ କର୍କଟ ରୋଗରୁ ଚିକିତ୍ସିତ ହୋଇ ଭାରତ ଫେରିବା ପରେ ଏବେ ସେ ଫିଲ୍ମରେ ଏଣ୍ଟ୍ରି କରିବାର ଘୋଷଣା କରିଛନ୍ତି । ଏନେଇ ନିଜେ ଇର୍ଫାନ ସୋସିଆଲ ମିଡିଆ ଯୋଗେ ସୂଚନା ଦେଇଛନ୍ତି । ଇର୍ଫାନ ଟ୍ୱିଟ୍ କରି କହିଛନ୍ତି କି, ସେ ପୁଣି ଥରେ କାମ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏହାସହିତ ସେ ଫ୍ୟାନ୍ସମାନଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ ଜଣାଇ ଏକ ଭାବୁକ ସନ୍ଦେଶ ଲେଖିଛନ୍ତି ।
ଇର୍ଫାନ୍ ଲେଖିଛନ୍ତି କି, ‘ଜିତିବା ଚେଷ୍ଟାରେ ଆମେ ଭୁଲି ଯାଇ ଥାଉ କି ଭଲ ପାଇବାର ମହତ୍ୱଟା କ’ଣ । କଠିନ ସମୟରେ ଆମେ ଭଲ ପାଇବାକୁ ମନେ ପକାଇଥାଉ । ମୁଁ ଆପଣଙ୍କ ଭଲପାଇବା ଏବଂ ସମର୍ଥନ ପାଇଁ ଆଭାର ବ୍ୟକ୍ତ କରୁଛି । ଏହାଦ୍ୱାରା ମୋତେ ଭଲ ହେବା ପାଇଁ ଅନେକ ସହଯୋଗ ମିଳିଛି । ମୁଁ ହୃଦୟର ସହିତ ଆପଣଙ୍କୁ ଧନ୍ୟବାଦ ଜଣାଇବା ପାଇଁ ମୁଁ ଆପଣଙ୍କ ପାଖକୁ ଫେରି ଆସିଛି ।’ ଇର୍ଫାନଙ୍କ ଏହି ସନ୍ଦେଶ ପରେ ସୋସିଆଲ ମିଡିରେ ତାଙ୍କ ଫ୍ୟାନ୍ସମାନେ ଖୁସି ବ୍ୟକ୍ତ କରିଛନ୍ତି ।
— Irrfan (@irrfank) April 3, 2019
ଇର୍ଫାନ ଖାନ୍ କର୍କଟ ରୋଗରୁ ଭଲ ହୋଇ ଫେରିବା ପରେ ତାଙ୍କ ଫିଲ୍ମର ସୁଟିଂ ବିଷୟରେ ନିର୍ଦ୍ଦେଶକ ଧୁଲିୟା ଦେଇଥିଲେ । ସେ ଇର୍ଫାନଙ୍କୁ ସହ ଦେଖା କରିବା ପରେ କହିଥିଲେ କି , ଏବେ ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ହିନ୍ଦୀ ମିଡିୟମ-୨ ଖୁବ୍ ଶୀଘ୍ର ଉପଲବ୍ଧ ହେବେ ।