ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟେଲିଭିଜନ ମଶୁର କପୁଲ ହେଉଛନ୍ତି ମାହି ବିଜ୍ ଏବଂ ଜୟ ଭାନୁଶାଳୀ । ସେମାନେ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ମାହି ଗର୍ଭବତୀ ଥିବା କଥା କିଛି ଦିନ ପୂର୍ବରୁ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏବେ ପତି ଜୟ ଭାନୁଶାଳୀ ବି ତାଙ୍କ ଇଂଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ ମାହି, ଜୟ ଏବଂ ତାଙ୍କ ପୁଅ ରାଜବୀରଙ୍କୁ ଦେଖିବାକୁ ମିଳିଛି ।
ଫଟୋରେ ତିନି ଜଣ ଯାକ ବହୁତ ଖୁସି ନଜର ଆସୁଛନ୍ତି । ସେହିପରି ଏହି ଫଟୋରେ ଜୟ ଏବଂ ରାଜବୀର ଦୁହେଁ ମାହିଙ୍କ ବେବି ବମ୍ପକୁ କିସ୍ କରୁଛନ୍ତି । ଏହାସହିତ ଜୟ ଏବଂ ମାହି ଖୁବ୍ ଉତ୍ସାହିତ ମଧ୍ୟ ଅଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ଏବଂ ଫ୍ୟାନ୍ସମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି ।
ଏହା ପୂର୍ବରୁ୍ୱାହି ଗର୍ଭବତୀ ଥିବାର ଖୁସିଖବର ଦେଇ ଜୟ ତାଙ୍କ ତାଙ୍କ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ । ଜୟ ଏକ ସୁନ୍ଦର ଫଟୋ ପୋଷ୍ଟ କରି ଲେଖିଥିଲେ କି, ‘୯ ମାସର ଯନ୍ତ୍ରଣା, କିନ୍ତୁ ସାରା ଜୀବନର ଫାଇଦା, ୯ ମାସର ଅସୁସ୍ଥତା କିନ୍ତୁ ସାରା ଜୀବନର ଖୁସୀ, ୯ ମାସର ଗର୍ଭଧାରଣ ଏବଂ ଆମ ବିରାଶତ ର ଶୁଭାରମ୍ଭ, ଧନ୍ୟବାଦ ମାହି ଆମ ପ୍ରଥମ ବେବି ପାଇଁ, ଖୁବ୍ ଶୀଘ୍ର ଆସୁଛି ୨୦୧୯ରେ ।’