ମୁମ୍ବାଇ(ଏଟିଆର ବ୍ୟୁରୋ): ତେଲୁଗୁ ଚଳଚିତ୍ର ମିଷ୍ଟର ପରଫେକ୍ଟରୁ ଆରମ୍ଭ କରି ବଲିଉଡ ଫିଲ୍ମ ସିଙ୍ଗମରେ ନିଜ ଅଭିନୟର କଳାକାରୀ ଦେଖେଇଛନ୍ତି କାଜଲ ଅଗ୍ରୱାଲ । ଏହି ଦକ୍ଷୀଣ ଭାରତୀୟ ଅଭିନେତ୍ରୀ କେବଳ ତେଲୁଗୁ ଫିଲ୍ମରେ ନୁହେଁ ତାମିଲ ଓ ବଲିଉଡରେ ମଧ୍ୟ କାମ କରି ଦର୍ଶକଙ୍କୁ ଖୁବ ମନୋରଞ୍ଜନ ଯୋଗାଇଛନ୍ତି । ତେବେ ଚଳିତ ବର୍ଷ ବିବାହ କରିବାକୁ ଯାଉଛନ୍ତି କାଜଲ । ସେ ନିଜେ ଇଷ୍ଟାଗ୍ରାମରେ ଏକ ଇନ୍ଭିଟେସନ କାର୍ଡ ସେୟାର କରିଛନ୍ତି ଓ ସମସ୍ତଙ୍କ ଆର୍ଶିବାଦ ଲୋଡିଛନ୍ତି । କାଜଲ କହିଛନ୍ତି ଅକ୍ଟୋବର ୩୦ରେ ସେ ମୁମ୍ବାଇ ସ୍ଥିତ ଏହ ହୋଟେଲରେ ପ୍ରାଇଭେଟ ଭାବେ ଅତି କମ ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିବେ । ଯାହାକି କୋଭିଡର ସବୁ ନିୟମକୁ ମାନି କରାଯିବ । ବିବାହପରେ ମଧ୍ୟ ସେ ଇଣ୍ଡଷ୍ଟ୍ରିରେ କାମ କରିବେ ଓ ସମସ୍ତଙ୍କୁ ଏଣ୍ଟରଣ୍ଟେନ କରିବେ ବୋଲି କହିଛନ୍ତି । ତେବେ ବିଜନେସ ମ୍ୟାନ ଗୌତମ କିଟ୍ଲୁଙ୍କ ସହିତ ତାଙ୍କ ଆଗ ଜୀବନ କଟାଇବାକୁ ଯାଉଛନ୍ତି ବୋଲି ଜଣା ପଡିଛି । ଫ୍ୟାନ୍ସଙ୍କ ସପୋର୍ଟ ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ଏହିଭଳି ଭାବେ ଭଲପାଇବା ଦରକାର ବୋଲି କହିଛନ୍ତି । କାଜଲ ଅତି କମ ବୟସରୁ ଅଭିନୟ ଆରମ୍ଭ କରିଥିଲେ ଓ ଆଜି ପର୍ଯ୍ୟନ୍ତ ସେ ଭଲ ଭଲ ଚଳଚିତ୍ରରେ କାମ କରିଛନ୍ତି ।