ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବକ୍ସ ଅଫିସରେ ଧମାଲ କରୁଛି ସାଉଥ ଅଭିନେତା କମଲ ହାସନଙ୍କ ଫିଲ୍ମ ‘ବିକ୍ରମ’ । ଜୁନ୍ ୩ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବିକ୍ରମ ଜବରଦସ୍ତ ଆୟ କରୁଛି । ବିଭିନ୍ନ ଦିଗରୁ ଫିଲ୍ମକୁ ପଜିିଟିଭ ରେସ୍ପନ୍ସ ଆସୁଛି ।
ଫିଲ୍ମର ସଫଳତାକୁ ଦୃଷ୍ଟିରେ ରଖି ନିର୍ମାତା ଆଉ ଏକ ନିଷ୍ପତି ନେଇଛନ୍ତି । ଫିଲ୍ମଟି ଏବେ ଓଟିଟିରେ ରିଲିଜ୍ କରିବା ଲାଗି ନିଷ୍ୱତି ନେଇଛନ୍ତି ନିର୍ମାତା । ଆଜ୍ଞା ହଁ ଏହି ଫିଲ୍ମ ଏବେ ଓଟିଟି ପ୍ଲାଟଫର୍ମ ଡିଜ୍ନୀ ପ୍ଲସ ହଟଷ୍ଟାର ରେ ଷ୍ଟ୍ରିମ କରାଯିବ । ଜୁଲାଇ ୮ରୁ ଘରେ ବସି ଏହି ଫିଲ୍ମର ମଜା ଉଠାଇ ପାରିବେ ଦର୍ଶକ ।