ମୁମ୍ବାଇ (ଏଟିଆର ବ୍ୟୁରୋ): ବିଲିଉଡ ବେବୋ ମାନେ କରୀନା କପୁର ନିକଟେରେ କରଣ ଜୋହରଙ୍କ ଟକ୍ ସୋ’ କଫି ୱିଥ୍ କରଣରେ ପ୍ରିୟଙ୍କା ଚୋପ୍ରାଙ୍କ ସହିତ ପହଁଚିଥିଲେ । ସେଠାରେ ସେ ତାଙ୍କର ପୁଅ ତୈମୁର,ଅମୃତା ସିଂହ, ସାରା ଅଲ୍ଲୀ ଖାଁ ଏବଂ କାର୍ତ୍ତିକ ଆର୍ଯ୍ୟାନଙ୍କୁ ନେଇ ମନ ଖୋଲିକି କଥା ହୋଇଥିଲେ । ସୋ’ରେ କରଣଙ୍କ ପ୍ରଥମ ପ୍ରଶ୍ନ କରୀନାଙ୍କ ଷ୍ଟେପ୍ ଡଟର ସାରା ଅଲ୍ଲୀ ଖାନ୍ ଙ୍କୁ ନେଇ ଥିଲା । ବର୍ତ୍ତମାନ ସାରାଙ୍କ ଆଫେୟାର କାହା ସହିତ ଅଛି ସେନେଇ କରୀନାଙ୍କୁ ପ୍ରଶ୍ନ କରାଯାଇଥିଲା ।
ଏହାର ଉତ୍ତରରେ କରୀନା କହିଥଇଲେ କି, ‘ବର୍ତ୍ତମାନ ସାରା ତାଙ୍କର କାମରେ ଧ୍ୟାନ ଦେଉଛନ୍ତି’ । ଏହାପରେ କରଣଙ୍କ ଦ୍ୱିତୀୟ ପ୍ରଶ୍ନ କାର୍ତ୍ତିକ ଆର୍ଯ୍ୟାନ ଏବଂ ସାରାଙ୍କ ସମ୍ପର୍କ ଉପରେ ଥିଲା । କରୀନା ଏହାର ଉତ୍ତରରେ କହିଥିଲେ କି କାର୍ତ୍ତିକ ଜଣେ ଭଲ ମଣିଷ । ମୋତେ ଲାଗୁଛି କି ଦୁଇଜଣଙ୍କ ଯୋଡି ବହୁତ ଭଲ ଲାଗିବ । ଏହାସହିତ ସାରା ଏବଂ କାର୍ତ୍ତିକ ଦୁହେଁ ଏକସଙ୍ଗରେ କାମ କରିବେ ବୋଲି ପ୍ଲାନି ମଧ୍ୟ କରୁଛନ୍ତି । କରୀନା ଆହୁରୀ ମଧ୍ୟ କହିଥିଲେ କି ସାରା କ୍ଲାସି ଏବଂ କାର୍ତ୍ତିକ ମାସି । ମାସ ଏବଂ କ୍ଲାସ ସର୍ବଦା ଭଲ କାମ କରନ୍ତି ।
ଏହାପରେ ଅମୃତା ସିଂହଙ୍କ ବିଷୟରେ କରୀନା ଆଲୋଚନା କରିଥିଲେ । ସେ କହିଥିଲେ ସୈଫ ଅଲ୍ଲୀ ଖାନ୍ ଙ୍କ ପୂର୍ବ ପତ୍ନୀ ହେଉଛନ୍ତି ଅମୃତା । ବାହାଘର ପରେ କେବେ ବି ମୁଁ ଅମୃତାଙ୍କ ସହିତ ସାକ୍ଷାତ କରି ନାହିଁ । କିନ୍ତୁ ମୁଁ ସର୍ବଦା ତାଙ୍କୁ ସମ୍ମାନ କରେ । ଫିଲ୍ମ ‘କଭି ଖୁସି କଭି ଗମ୍ ’ ସମୟରେ ସାରାଙ୍କୁ ମୋ ସହ ଦେଖା କରାଇବା ପାଇଁ ଅମୃତା ମୋ ପାଖକୁ ଆସିଥିଲେ । ପ୍ରକୃତରେ ସାରା ମୋ ବଡ ଝିଅ ଥିଲେ । ଏହା ବ୍ୟତିତ ସୈଫଙ୍କ ଦୁଇ ପିଲାଙ୍କ ଲାଳନ ପାଳନର ଶ୍ରେୟ କରୀନା ଅମୃତା ସିଂହଙ୍କୁ ହିଁ ଦେଇଛନ୍ତି ।
ଏହି ସୋ’ରେ କରୀନା ଆହୁରୀ ମଧ୍ୟ କହିଥିଲେ କି ଯେତେବେଳେ ସୈଫ ତାଙ୍କୁ ପ୍ରେମ ନିବେଦନ କରିଥିଲେ ସେତେବେଳେ ସେ ତାଙ୍କ ପୂର୍ବ ପତ୍ନୀ ଏବଂ ପିଲାଙ୍କ କଥା ମଧ୍ୟ କହିଥିଲେ ।