ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମେଘନା ଗୁଲଜାରଙ୍କ ଫିଲ୍ମ ‘ଛପାକ’ କୁ କେନ୍ଦ୍ରୀୟ ଫିଲ୍ମ ପ୍ରମାଣ ବୋର୍ଡ ପକ୍ଷରୁ ବିନା କୌଣସି ପରିବର୍ତ୍ତନରେ ‘ୟୁ’ ସାର୍ଟିଫିକେଟ୍ ମିଳିସାରିଛି । ଫିଲ୍ମଟି ୧୦ ଜାନୁଆରୀ ରେ ରିଲିଜ୍ ହେବ । ଏହି ଫିଲ୍ମରେ ମାଳତୀ ନାମକ ଯୁବତୀ ଚରିତ୍ରରେ ଦୀପିକା ପାଦୁକୋନ୍ ଅଭିନୟ କରିଛନ୍ତି ।
ଏହି ଫିଲ୍ମଟି ସତ୍ୟ କାହାଣୀ ଉପରେ ଆଧାରିତ ତଥା ଏସିଡ୍ ଆକ୍ରମଣ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ କାହାଣୀ । ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ମେଘନା ଗୁଲଜାର । ଏଥିରେ ଦୀପିକା ପାଦୁକୋନଙ୍କ ସହିତ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ନଜର ଆସିବେ ।
ସୂଚନାଯୋଗ୍ୟ, କେନ୍ଦ୍ରୀୟ ଫିଲ୍ମ ପ୍ରମାଣ ବୋର୍ଡ (ସିବିଏଫସି) ୟୁ ସାର୍ଟିଫିକେଟ୍ ସେହି ଫିଲ୍ମକୁ ଦେଇଥାଏ ଯେଉଁ ଫିଲ୍ମ ଗୁଡିକ ପ୍ରତ୍ୟେକ ବର୍ଗର ଲୋକ ଦେଖିବା ଯୋଗ୍ୟ । ଏହି ସାର୍ଟିଫିକେଟ୍ ମିଳିବାର ଫାଇଦା ହେଉଛି ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ସଂଖ୍ୟ ବଢିଥାଏ ।