ମୁମ୍ବାଇ (ଏଟିଆର ବ୍ୟୁରୋ): ଦେଶର ସବୁଠାରୁ ଧନୀ ରିଲିଆନ୍ସ କଂପାନୀର ମାଲିକ ମୁକେଶ ଅମ୍ବାନୀଙ୍କ ପାଇଁ ଦୁଇ ଦୁଇଟି ଖୁସି ଖବର । ଗତ କିଛି ଦିନ ତଳେ ବଡ ପୁଅ ଆକାଶ ଅମ୍ବାନୀଙ୍କ ବିବାହ କଥା ଚାରିଆଡେ ଖୁବ୍ ଚର୍ଚ୍ଚା ହେଉଥିଲା ବେଳେ ଏବେ ପୁଣି ଥରେ ଝିଅ ଈଶା ଅମ୍ବାନୀଙ୍କ ବିବାହ କଥା ଶୁଣିବାକୁ ମିଳୁଛି । ଆଜ୍ଞା ହଁ ମୁକେଶ ଏବଂ ନିତା ଅମ୍ବାନୀଙ୍କ ଗେଲ୍ହା ଝିଅ ଈଶା ବିବାହ କରିବାକୁ ଯାଉଛନ୍ତି । ଈଶା,ଅଜୟ ପିରାମଲଙ୍କ ପୁଅ ଆନନ୍ଦଙ୍କୁ ବିବାହ କରିବେ । ସେ ଦୁହେଁ ଦୀର୍ଘ ଦିନର ବହୁତ ଭଲ ବନ୍ଧୁ । ଆନନ୍ଦ,ଈଶାଙ୍କୁ ମହାବଳେଶ୍ୱର ମନ୍ଦିରରେ ପ୍ରପୋଜ କରିଥିଲେ । ଏବଂ ତା’ପରେ ଦୁହିଁଙ୍କ ପରିବାର ମିଶି ବିବାହ ପାଇଁ ମାସ ଧାର୍ଯ୍ୟ କରିଥିଲେ ।
ଆନନ୍ଦ,ପିରାମଲ ରିୟଲ୍ଟ ର ସଂସ୍ଥାପକ ଅଟନ୍ତି । ଏହା ପୂର୍ବରୁ ସେ ଗ୍ରାମିଣ କ୍ଷେତ୍ରରେ ସ୍ୱାସ୍ଥ୍ୟ ଦେଖାରଖା କରିବା ପାଇଁ ପିରାମଲ ସ୍ୱାସ୍ଥ୍ୟର ସ୍ଥାପନ କରିଥିଲେ । ଏବଂ ସେ ପିରାମଲ ଗୃପର କାର୍ଯ୍ୟକାରୀ ନିର୍ଦ୍ଦେଶକ ।
ଈଶା,ରିଲିଆନ୍ସ ଜିଓ ଏବଂ ରିଲିଆନ୍ସ ରିଟେଲର ନର୍ଦ୍ଦେଶକ ମଣ୍ଡଳର ସଦସ୍ୟ । ଏହାବ୍ୟତୀତ ସେ ୟେଲ ବିଶ୍ୱବିଦ୍ୟାଳୟରେ ମନେବିଜ୍ଞାନ ଏବଂ ସାଉଥ୍ ଏସିଆନ ଷ୍ଟଡ଼ିଜ ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ସେ ଏବେ ଷ୍ଟଣ୍ଡଡଫୋର୍ଡ ଗ୍ରାଜୁଏଟ ସ୍କୁଲ ଅଫ ବିଜନେସରେ ବିଜ୍ନେସ ଆଡମିନିଷ୍ଟ୍ରେଟ ପ୍ରୋଗ୍ରାମ ବିଷୟରେ ସ୍ନାତକ କରୁଛନ୍ତି ।