ମୁମ୍ବାଇ (ଏଟିଆର ବ୍ୟୁରୋ):ଆଜିକାଲି ବଲିଉଡ କଳାକାର ମାନଙ୍କଠାରେ ବିବାହର ନିଶା ଘାରିଛି । ନିକଟରେ ଅଭିନେତ୍ରୀ ସୋନମ କପୁର ଏବଂ ଆନନ୍ଦ ଆହୁଜାଙ୍କ ବିବାହ ର ଚର୍ଚ୍ଚା ଲୋକମାନଙ୍କ ମନରୁ ନ ଲିଭୁଣି । ପୁଣି ଥରେ ଆଉ ଜଣେ ଅଭିନେତ୍ରୀ ବିବାହ କରିଥିବା ଶୁଣିବାକୁ ମିଳିଛି ।
ଆଜ୍ଞା ହଁ, ୨୦୦୨ରେ ମିସ୍ ଇଣ୍ଡିଆ ତାଜ୍ ପିନ୍ଧିଥିବା ଅଭିନେତ୍ରୀ ନେହା ଧୁପିଆ ଲୁଚା ଛପାରେ ବିବାହ କରି ତାଙ୍କ ଫ୍ୟାନ୍ସ ମାନଙ୍କୁ ସର୍ପରାଇଜ୍ ଦେଇଛନ୍ତି । ସେ ବଲିଉଡର ଅଭିନେତା ଅଙ୍ଗଦ ବେଦୀଙ୍କ ସହ ଗୁରୁଦ୍ୱାରରେ ସାତ ଫେରା ନେଉଥିବା ସମୟର ଏକ ଫଟୋ ସୋସିଆଲ ମିଡିଆର ସେୟାର କରିଛନ୍ତି । ତାହା ସହିତ କ୍ୟାପସନରେ ଲେଖିଛନ୍ତି ଯେ, ‘ଏହା ଜୀବନର ବହୁତ ଭଲ ନିଷ୍ପତି, ଆଜି ମୁଁ ମୋ ପ୍ରିୟ ବନ୍ଧୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛି’ । ଏହା ସହିତ ଅଭିନେତା ଅଙ୍ଗଦ ମଧ୍ୟ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ପ୍ରିୟ ବନ୍ଧୁ ଏବେ ପତ୍ନୀ ହୋଇସାରିଛନ୍ତି । ହେଲୋ ମିସେସ ବେଦୀ’ ।
ଏହି ଫଟୋରେ ଦୁଇଜଣ ଖୁବ୍ ସୁନ୍ଦର ଦିଶୁଛନ୍ତି । ନେହା,ଫିକା ଗୋଲାପି ରଙ୍ଗର ଲେହଙ୍ଗା ପିନ୍ଧିଥିବା ବେଳେ ଅଙ୍ଗଦ ଧଳା ରଙ୍ଗର ବିବାହ ସୁଟ୍ ସହିତ ଗୋଲାପି ରଙ୍ଗର ପଗଡି ପିନ୍ଧି ଥିବାର ନଜର ଆସୁଛନ୍ତି । ଦୁଇ ଜଣଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଖୁବ୍ ଜୋର ଧରିଛି । ଏବଂ କରଣ ଜୋହର ମଧ୍ୟ ନେହା ଏବଂ ଅଙ୍ଗଦଙ୍କ ଏହି ଫଟୋରେ ବିବାହ ଶୁଭେଚ୍ଛା ଜଣାଇଛନ୍ତି ।
ସୂଚନାଅନୁଯାୟୀ,ଅଙ୍ଗଦ ବଲିଉଡରେ ଅନେକ ଫିଲ୍ମରେ ନଜର ଆସି ସାରିଛନ୍ତି । ଫିଲ୍ମ ‘ଟାଇଗର ଜିନ୍ଦ ହୈ’ ଏବଂ ‘ପିଙ୍କ’ରେ ତାଙ୍କ ମୁଖ୍ୟ ଭୂମିକା ଥିଲା । ଅଙ୍ଗଦ ଏବଂ ନେହା ଦୁହେଁ ଦୀର୍ଘ ଦିନ ଧରି ଭଲ ବନ୍ଧୁ ଥିଲେ । ଏବେ ଦୁହେଁ ପତୀ-ପତ୍ନୀ ହୋଇ ସାରଛନ୍ତି ।