ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଓଲିଉଡ ଜଗତରେ ଅନେକ ଫିଲ୍ମ କରି ସଫଳତା ହାସଲ କଲାପରେ ଏବେ ବଲିଉଡ ମୁହାଁ ହୋଇଛନ୍ତି ପ୍ରଯୋଜକ ରମେଶ ବାରିକ୍ । ସେ ଏକ ମ୍ୟୁଜିକ୍ ଭିଡିଓ ଜରିଆରେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ୬ ମିନିଟ୍ ର ଏହି ମ୍ୟୁଜିକ ଭିଡିଓର ଟାଇଟଲ ରହିଛି ‘ଜିନା ଜରୁରୀ ହୈ’ ।
ବିଦ୍ୟୁତ ସେଠୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ମ୍ୟୁଜିକ୍ ଭିଡିଓରେ ମୁଖ୍ୟ ଭୂମିକାରେ ନଜର ଆସିବେ ବଲିଉଡ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଏବଂ ଦୀପିକା ତ୍ରିପାଠୀ ।
ଆଜି ଏହି ଭିଡିଓର ପୋଷ୍ଟର ଉନ୍ମୋଚନ ହୋଇଯାଇଛି । ଏହି ମ୍ୟୁଜିକ୍ ଭିଡିଓର ସମସ୍ତ ସୁଟିଂ ଓଡିଶାରରେ କରାଯିବ ବୋଲି ପ୍ରଯୋଜକ ଏନେଇ ସୂଚନା ଦେଇଛନ୍ତି ।