ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତବର୍ଷ ସବୁଠୁ ଅଧିକ ଆୟ କରିଥିବା ତୃତୀୟ ଫିଲ୍ମ ହୋଇଛି ପୋନିୟିନ ସେଲଭନ-ଆଇ । ବ୍ରହ୍ମାସ୍ତ୍ର ଏବଂ ବିକ୍ରମ ର ମାର୍କରୁ ପଛରେ ପକାଇ ୱାଲ୍ଡୱାଇଡ ୪୫୦ କୋଟି ରୁ ଅଧିକ ଟଙ୍କା କଲେକ୍ସନ କରିଛି ପିଏସ-ଆଇ ।
ଏହି ଫିଲ୍ମରେ ବିକ୍ରମ, ଐଶ୍ଚର୍ଯ୍ୟା ରାୟ, ଜୟମ ରବି, କାର୍ଥି, ତୃଷା କୃଷ୍ଣନ ଏବଂ ଐଶ୍ଚର୍ଯ୍ୟା ଲକ୍ଷ୍ମୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
ଟ୍ରେଡ ସୋର୍ସ ମୁତାବକ, ୧୭ ଅକ୍ଟୋବର ଯାଏଁ ଫିଲ୍ମଟି ସାରା ଦୁନିଆରେ ୪୫୫ କୋଟି ଆୟ କରିଥିଲା । ସେଥିରୁ ବିଦେଶରୁ କେବଳ ୧୬୧ କୋଟି । ଏହା ତୁଳନାରେ ବିଶ୍ୱସ୍ତରରେ ବ୍ରହ୍ମାସ୍ତ୍ର ୪୩୧ କୋଟି ଏବଂ ବିକ୍ରମ ୪୪୩ କୋଟି ଆୟ କରିଥିଲା ।