ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘର୍ଣ୍ଣିବଳୟ ଏବେ ଘନୀଭୂତ ହେବାରେ ଲାଗିଛି । ଆଗାମୀ ୩୬ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ । ଏହାପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ପରବର୍ତ୍ତି ମୁହୂର୍ତ୍ତରେ ଏହା ଗଭୀର ଅବପାତ ଓ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଆଡକୁ ମୁହାଁଇବ ଏନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି ।
କିନ୍ତୁ ବାତ୍ୟାର ଗତିପଥ କୁଆଡେ ରହିଛି, କେତେ ବେଗରେ ପବନ ବହିବ ଏହା ଆକଳନ କରାଯାଇନାହିଁ । ଆସନ୍ତା ୨୦ ତାରିଖରେ ଏହା ସ୍ପଷ୍ଟ ହେବ । ଆସନ୍ତା ୨୨ ତାରିଖରୁ ମତ୍ସ୍ୟଜିବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଏହାସହିତ ୨୩ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବଢିବ ।