ମୁମ୍ବାଇ (ଏଟିଆର ବ୍ୟୁରୋ): ଆଜି ୪୮ତମ ଜନ୍ମ ଦିବସ ପାଳନ କରୁଛନ୍ତି ନିର୍ଦ୍ଦେଶକ ଏବଂ କୋରିୟୋଗ୍ରାଫର ପ୍ରଭୁଦେବା । ତେବେ ତାଙ୍କର ଏହି ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡିତ କିଛି ରୋଚକ କଥା ବିଷୟରେ । ସେ ଜଣେ କୋରିୟୋଗ୍ରାଫର, ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଏବଂ ଜଣେ ଲୋକପ୍ରିୟ ଅଭିନେତା ମଧ୍ୟ । ସେ ଡ୍ୟାନ୍ସର ଭାବେ ବେଶ ଜଣାଶୁଣା । ତାଙ୍କୁ ଭାରତୀୟ ମାଇକେଲ ଜ୍ୟାକସନ ମଧ୍ୟ କୁହାଯାଏ । ସେ ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି । ଏଥିରେ ପଦ୍ମଶ୍ରୀ ଏବଂ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସାମିଲ ଅଛି ।
ପ୍ରଭୁଦେବାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ୍ କମ ଲୋକ ଜାଣିଥିବେ । ସେ ରାମଲଥଙ୍କୁ ପ୍ରେମବିବାହ କରିଥିଲେ । ବିବାହ ପରେ ରାମଲଥ ତାଙ୍କ ନାମ ବଦଳାଇ ଲତା ରଖିଥିଲେ । ଅବଶ୍ୟ ୧୬ ବର୍ଷ ବୈବାହିକ ସମ୍ପର୍କ ଏବେ ଭାଙ୍ଗି ଯାଇଛି । ଦୁହିଁଙ୍କର ୩ଟି ସନ୍ତାନ ଥିଲେ । ବିବାହ ପରେ ନୟନତାରାଙ୍କ ସହ ପ୍ରଭୁଦେବାଙ୍କ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟଙ୍କ ମଧ୍ୟରେ ବ୍ରେକଅପ ହୋଇଥିଲା ।
ନୟନତାରା ଏବଂ ପ୍ରଭୁଦେବାଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଯେତେବେଳେ ଜାଣିବାକୁ ପାଇଲେ ପ୍ରଭୁଦେବାଙ୍କ ବିରୋଧରେ ଅଭିଯୋଗ କରିଥିଲେ ଲତା। ୨୦୧୧ ମସିହାରେ ଲତା ଏବଂ ପ୍ରଭୁଦେବାଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା ।ଏହାପେର ପ୍ରଭୁଦେବା ମୁମ୍ବାଇ ଚାଲିଆସିଥିଲେ । ଏହାପରେ ୨୦୨୦ ରେ ଶୁଣିବାକୁ ମିଳିଲା କି ଫିଜିଓଥେରାପିଷ୍ଟଙ୍କୁ ବିବାହ କରିଛନ୍ତି ପ୍ରଭୁଦେବା ।