ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଇଂଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏହି ଫଟୋରେ ଏଭଳି କଣ ରହିଛି ଯେଉଁଥିପାଇଁ ଲୋକେ ଏତେ ପସନ୍ଦ କରୁଛନ୍ତି । ପ୍ରକୃତରେ ଏହି ଫଟୋରେ ଗର୍ଭବତୀ ଅନୁଷ୍କା ଶର୍ମା ଶୀର୍ଷାସନ କରୁଥିବାର ନଜର ଆସୁଛନ୍ତି । ଏହାସହିତ ତାଙ୍କ ପତି ବିରାଟ କୋହଲି ତାଙ୍କୁ ଏଥିରେ ସାହାଯ୍ୟ କରୁଛନ୍ତି । ଏହି ଫଟୋରେ ଅନୁଷ୍କାଙ୍କ ବେବି ବମ୍ପ ସ୍ପଷ୍ଟ ନଜର ଆସୁଥିବା ବେଳେ ବେଶ ସାବଧାନତାର ସହ ଅନୁଷ୍କାଙ୍କ ଗୋଡକୁ ସପୋର୍ଟ ଦେଉଛନ୍ତି ବିରାଟ ।
ଫଟୋ ସେୟାର କରି ଅନୁଷ୍କା ଲେଖିଛନ୍ତି କି, ଏହା ହ୍ୟାଣ୍ଡସ ଡାଉନ ଏବଂ ଲେଗ୍ସ ଅପ୍ ବ୍ୟାୟାମ । ଯୋଗ ମୋ ଜୀବନର ଏକ ବଡ ଅଂଶ । ଏଭଳି ଅନେକ କିଛି ଏହି ଫଟୋରେ ଲେଖିଛନ୍ତି ଅନୁଷ୍କା ।
https://www.instagram.com/p/CIPlweXJ7mw/?utm_source=ig_web_copy_link
ଏହାସହିତ ସେ ଏଥିରେ ଲେଖିଛନ୍ତି କି,ଏହାକୁ ମୁଁ ମୋ ଯୋଗ ଗୁରୁଙ୍କ ସୁପରଭିଜନରେ କରିଛି । ମୁଁ ବହୁତ ଖୁସୀ ଅଛି କି ଗର୍ଭବତୀ ସମୟରେ ବି ନିଜର ଅଭ୍ୟାସ ଜାରୀ ରଖିଛି ।
ସୂଚନାଯୋଗ୍ୟ, ସବୁଠାରୁ ବଡ କଥା ହେଉଛି ଅନୁଷ୍କା ଶର୍ମା ଫଟୋ ସେୟାର କରିବାର ଏକ ଘଣ୍ଟା ମଧ୍ୟରେ ୧୫ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ ଏବଂ ସେୟାର କରିଛନ୍ତି । ଏବେ ଏହି ଫଟୋ ଖୁବ୍ ଦ୍ରୁତ ଗତିରେ ଭାଇରାଲ ହେଉଛି ।