ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ନିୟମିତ ସେ ତାଙ୍କ ଫ୍ୟାନ୍ସଙ୍କ ସହ କିଛି ନା କିଛି ସେୟାର କରୁଥାନ୍ତି । ସେହିପରି ଦୀପାବଳୀ ଅବସରରେ ତାଙ୍କ ପତି ନିକ୍ ଙ୍କ ସହ ଦୀପାବଳୀ ପାଳିବାର ଫଟୋ ସେୟାର କରିଛନ୍ତି ପ୍ରିୟଙ୍କା । ଏହାସହିତ ତାଙ୍କ ଫ୍ୟାନ୍ସମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଦୀପାବଳୀ ଅବସରରେ ପ୍ରିୟଙ୍କା ଏକ ଫ୍ଲାୱାର ପ୍ରିଣ୍ଟେଡ ଶାଢୀ ସହିତ ମ୍ୟାଚିଙ୍ଗ ସ୍ଲିପଲେସ ବ୍ଲାଉଜ ଏବଂ କାନରେ ବଡ କାନ ଫୁଲ, ହାତରେ ହାଲୁକା ଗୋଲାପି ରଙ୍ଗର ଚୂଡି ଓ ଅଙ୍ଗୁଳିରେ ମୁଦି ପିନ୍ଧିଛନ୍ତି । ଏଥିରେ ସେ ଖୁବ୍ ସୁନ୍ଦର ଦିଶୁଛନ୍ତି । ସେହିପରି ନିକ୍ ଏକ କଳା ରଙ୍ଗର ଟି-ସାର୍ଟ ଉପରେ ଫ୍ଲାୱର ପ୍ରିଣ୍ଟେଡ ଜ୍ୟାକେଟ ପିନ୍ଧଛନ୍ତି । ଏଥିରେ ସେ ବି ହ୍ୟାଣ୍ଡସମ ଦିଶୁଛନ୍ତି । ଉଭୟ ଦୁଇ ହାତରେ ଦୀପ ଧରି ଫଟୋ ପୋଜ ଦେଉଛନ୍ତି ।
ଏହି ଫଟୋକୁ ସେୟାର କରି ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି କି, ସମସ୍ତଙ୍କୁ ଦୀପାବଳୀର ଶୁଭକାମନା । ଏହି ଫଟୋରେ ଲୋକେସନ ସେ ଲଣ୍ଡନର ଦେଇଛନ୍ତି । ଅର୍ଥାତ ଲଣ୍ଡନରେ ପତିଙ୍କ ସହ ଦୀପାବଳି ପାଳିଲେ ପ୍ରିୟଙ୍କା ।
https://www.instagram.com/p/CHlUNa2jgan/?utm_source=ig_web_copy_link