ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିବାହ ପରେ ବିଦେଶରେ ରହୁଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେ ବିଦେଶରେ ରହିଲେ ମଧ୍ୟ ତାଙ୍କ ହୃଦୟ ସର୍ବଦା ଭାରତୀୟଙ୍କ ପାଇଁ ଧଡକି ଥାଏ । ପ୍ରିୟଙ୍କାଙ୍କ ସହ ତାଙ୍କ ପତି ନିକ୍ ଜୋନ୍ସଙ୍କର ମଧ୍ୟ ଭାରତ ପାଇଁ ଖୁବ୍ ଭଲ ପାଇବା ରହିଛି । ଯେତେବେଳେ କରୋନାର ଦ୍ୱିତୀୟ ଲହରରେ କଲବଲ ହେଉଥିଲା ଭାରତ ସେତେବେଳେ ଉଭୟ ଦମ୍ପତି ଭାରତ ପାଇଁ ଖୁବ୍ ଚିନ୍ତା ବ୍ୟକ୍ତ କରିଥିଲେ ଏବଂ କରୋନା ପୀଡିତାକୁ ସାହାଯ୍ୟ କରିବା ପାଇଁ ଫଣ୍ଡ ଏକାଠି କରିବା ଆରମ୍ଭ କରିଥିଲେ । ଏବେ ଉଭୟ ଦମ୍ପତି ଏକ ବୟାନ ଜାରି କରି କହିଛନ୍ତି କି, ଭାରତକୁ କରୋନା ସଙ୍କଟରୁ ଉଦ୍ଧାର କରିବା ପାଇଁ ସେମାନେ ୩୦ ଲକ୍ଷ ଆମେରିକି ଡଲାର ଏକାଠି କରିଛନ୍ତି ।
କରୋନାର ଦ୍ୱିତୀୟ ଲହର ଅବସରରେ ଫଣ୍ଡରେଜିଙ୍ଗ ଜରିଆରେ ପ୍ରିୟଙ୍କା ଏବଂ ନିକ୍ ଏହି ଟଙ୍କା ଏକାଠି କରିଛନ୍ତି । ଏହି ଟଙ୍କା ଜରିଆରେ ଭାରତକୁ ସହାୟତା ମିଳିବ । ୩୦ ଲକ୍ଷ ଡଲାର ଏକାଠି କରିବାର ସୂଚନା ପ୍ରିୟଙ୍କା ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଦେଇଛନ୍ତି ।
ସୂଚନାଯୋଗ୍ୟ, କରୋନାରର ଦ୍ୱିତୀୟ ଲହରରେ ଭାରତକୁ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଏହି ଅବସରେ ଚାରିଆଡୁ ଭାରତକୁ ସହାୟତ କରୁଥିଲେ ଲୋକେ ।