ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମହାମାରୀ ସମୟରେ ଆଜିଠୁ ନବମ ଶ୍ରେଣୀ ପିଲାଙ୍କର କ୍ଲାସ ରୁମରେ ପାଠପଢା । ଏନେଇ ସବୁ ସ୍କୁଲରେ ବ୍ୟବସ୍ଥା ସରିଛି । ସକାଳ ୯ ଟାରୁ ୧୨ ଟା ୩୦ ପର୍ଯ୍ୟନ୍ତ ସ୍କୁଲରେ ପାଠପଢା ହେବ । ଅଭିଭାବକଙ୍କ ଅନୁମତି ପତ୍ର ନେଇ ଛାତୟଛାତ୍ରୀମାନେ ସ୍କୁଲକୁ ଆସିବେ ।ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ର କ୍ଲାସରୁମକ ରେ ପାଠପଢା ଆରମ୍ଭ ହୋଇଛି । ସେହିପରି ଆଜିଠାରୁ ଖୋଲିବ ୟୁଜି ଓ ପିଜି କ୍ଲାସ । ଏହା ସହ ହଷ୍ଟେଲ ମଧ୍ୟ ଖୋଲାଯିବ । ତେବେ ରବିବାର ଓ ଅନ୍ୟ ସରକାରୀ ଛୁଟି ଦିନରେ କ୍ଲାସ ହେବ ନାହିଁ । କୋଭିଡ ନିୟମ ପାଳନ କରି କ୍ଲାସ ରୁମମାନଙ୍କରେ ପାଠପଢା ଆରମ୍ଭ ହେବ ।
ଦୀର୍ଘ ଦିନ ପରେ କ୍ଲାସ ରୁମରେ ବସି ପାଠପଢିବାର ସୁଯୋଗ ପାଉଥିବାରୁ ପିଲାଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ସିଟିଂ ଆରେଞ୍ଜମେଣ୍ଟ ସହ କ୍ଲାସରୁମ୍ ସାନିଟାଇଜେସନ୍ ଓ ପିଲାଙ୍କ ପାଇଁ କରୋନା କଟକଣା ମାନିବା ବାଧ୍ୟତାମୂଳକ କରାଯିବ । ତେବେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲୁଥିବାରୁ ସେମାନଙ୍କର କ୍ୟାମ୍ପସକୁ ଆସିବାର କୌଣସି ଆବଶ୍ୟକତା ନାହିଁ । ବାକି ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ କରାଯିବ ।ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ରୁମର ବ୍ୟବସ୍ଥା କରାଯାଇଛି ।