ମୁମ୍ବାଇ(ଏଟିଆର ବ୍ୟୁରୋ): ଗ୍ଲୋବାଲ ଷ୍ଟାର ମାନଙ୍କ ତାଲିକାରେ ସ୍ଥାନ ପାଇଥିବା ଅଭିନେତ୍ରୀ ହେଉଛନ୍ତି ବଲିଉଡର ଦେଶୀ ଗର୍ଲ ମାନେ ପ୍ରିୟଙ୍କା ଚୋପ୍ରା । ସେ ସବୁବେଳେ ତାଙ୍କ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଦେଶୀ ଗର୍ଲ ଆଉ ଦେଶୀ ହୋଇ ନାହାଁନ୍ତି । ବିଦେଶ ଯାଇ ତାଙ୍କର ବେଶ ପୋଷାକ ସଂପୂର୍ଣ୍ଣ ବଦଳି ଗଲାଣି । ଯେଉଁଥି ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡିଛି ।
ସୋସିଆଲ ମିଡିଆରେ ଟ୍ରୋଲ ହେବା କୌଣସି ନୂଆ କଥା ନୁହେଁ । ଏହାପୂର୍ବରୁ ପ୍ରିୟଙ୍କାଙ୍କ ସମେତ ଅନେକ ଷ୍ଟାରମାନେ ଟ୍ରୋଲ ହୋଇସାରିଛନ୍ତି । କିନ୍ତୁ ନିକଟରେ ପ୍ରିୟଙ୍କା ଏଭଳି ଏକ ଲୁକରେ ନଜର ଆସିଛନ୍ତି । ଯେଉଁଥି ପାଇଁ ତାଙ୍କୁ ୟୁଜର୍ସ ମାନଙ୍କଠାରୁ ଅନେକ ଗାଳି ଗୁଲଜ ଶୁଣିବାକୁ ପଡୁଛି । ପ୍ରକୃତରେ ପ୍ରିୟଙ୍କା ନିକଟରେ ଏକ ସଫାରି ସୁଟ୍ ରେ ନଜର ଆସିଥିଲେ । ଏବଂ ସେହି ସୁଟ୍ ର ଦୁଇଟି ସ୍ଥାନରେ କଟା ଥିବା ଦେଖିବାକୁ ମିଳିଥିଲା । ଯାହା ସିଧା ସଳଖ ଲୋକଙ୍କ ନଜରକୁ ଆସୁଥିଲା । ଏବଂ ତାଙ୍କୁ ପରମୂହୂର୍ତ୍ତରେ ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରୋଲ ହେବାକୁ ପଡିଥିଲା ।
ସୂଚନାନୁଯାୟୀ,ପୂର୍ବରୁ ପ୍ରିୟଙ୍କାଙ୍କ ଡ୍ରେସକୁ ୟୁଜର୍ସମାନେ ଫୁଲଦାନି ଏବଂ ମସଲା ଚା’ ସହିତ ତୁଳନା କରି ସୋସିଆଲ ମିଡିଆରେ ମଜାକ ଉଡାଇଥିଲେ ।